Unknown

 

 

 

 

 

 

 

 

 

ବୈଦ୍ୟଶାସ୍ତ୍ର

ଦୀନକୃଷ୍ଣ ଦାସ

 

ଜୟ ଜୟ କୃଷ୍ଣ କରୁଣାସିନ୍ଧୁ ।

କମଳା ବଲ୍ଲଭ ଭଗତବନ୍ଧୁ ।

ଅଶେଷ କୋଟି ବ୍ରହ୍ମାଣ୍ଡଠାକୁର ।

ଶଙ୍ଖଚକ୍ର ଗଦା ସାରଙ୍ଗଧର ।

ସ୍ଥାବର ଜଙ୍ଗମ ପତଙ୍ଗ କୀଟ ।

ଜୀବ ସ୍ୱରୂପେ ହୋ ସବୁରି ଅଟ ।

ଯାହାକୁ ଯେମନ୍ତ ପ୍ରାପତ ଗତି ।

ତୁମ୍ଭେ ସିନା ଦେଇଅଛ ସବୁନ୍ତିଂ ।

ଦୀନକୃଷ୍ଣ ଦାସ ମାଗୁଛି ବର ।

ଭୋ ପ୍ରଭୁ ମୋତେ ଅନୁଗ୍ରହ କର ।

ଅନୀତି ସଂସାର ଏ ମାୟା ମୋହ ।

ଚଉଷଠୀ ରୋଗ ଘେନିଣ ଦେହ ।

ଏଥକୁ ତୁମ୍ଭେ ଯେ କର୍ମକରତା ।

ବାଡ଼କୁ ଭିଆଣ କରିଛ ବତା ।

ୟେ ଦେହ ଅଛି ହାଡ଼ ଚର୍ମ ଗଢ଼ି ।

ବାଳ ଝିନ ପ୍ରାୟେ ସହସ୍ରେ ନାଡ଼ି ।

ହାଥେ ଚଉଳେ ହୋଇ ଯେଉଁ ନାଡ଼ି ।

ସୋଲ୍ୟ ଡମ୍ବରୁ ମେରୁ ଶିଖେ ବଢ଼ି ।

ଅନୀତି ସଂସାର ବୋଲି ଯହିଁକି ।

ସାତଶ ବାସ୍ତରି ନାଡ଼ି ତହିଁକି ।

ଏମନ୍ତ ହୋଇ ଯେଉଁ ଦେହ ଗୋଟା ।

ଯେହ୍ନେ ଜଳବିନ୍ଦୁ ପାଣିଫୋଟକା ।

ସତ୍ତ୍ୱ ରଜ ତମ ଏ ତିନିଗୁଣ ।

ଛାମୁରେ କରୁଛି ଗୁହାରୀ ଶୁଣ ।

ଧନ ସମ୍ପଦ ଦାରା ସୁତ ମୋହ ।

ବ୍ୟାଧି ପୀଡ଼ା କଲେ ଯାଇ ଏ ଦେହ ।

ମଳୁକୁ ଔଷଧ ଦେଇଣ ତାରି ।

ବୈଦ୍ୟ ନାରାୟଣ ଅଟନ୍ତି ହରି ।

ଯେବଣ ରୋଗକୁ ଯେଉଁ ବିଧାନ ।

ନାଡ଼ି ପ୍ରତିବିଧି ଛୁତ ଲକ୍ଷଣ ।

ଶ୍ରୀମୁଖରେ ଆଜ୍ଞା ହୋଇଛି ଯାହା ।

ବୈଦ୍ୟମାନଙ୍କୁ କହୁଅଛି ତାହା ।

ଯେବଣ ପ୍ରକାରେ ନାଟିକା ଧରି ।

ଦକ୍ଷିଣେ ପୁରୁଷ ବାମେଣ ନାରୀ ।

ଦୀନକୃଷ୍ଣ ଦାସ ପ୍ରଭୁ ଶରଣ ।

ସୁବୁଦ୍ଧି ସାଧୁ ବୈଦ୍ୟମାନେ ଶୁଣ ।

ପୁରୁଷ ହସ୍ତର ଯେବଣ କର ।

ନିମିଷେ ବସାଇ ନାଟିକା ଧର ।

ଡମ୍ବରୁ କତିରୁ ଆଙ୍ଗୁଳେ ଛାଡ଼ି ।

ତିନି ଆଙ୍ଗୁଳିରେ ଧରିବ ନାଡ଼ି ।

ସଳଖି ଧରିବ ମଳୁର କର ।

ଆପଣା ନିଶ୍ୱାସ କରିବ ଥିର ।

ନିର୍ବାତ ଦୀପର ବେଭାର ଯେହ୍ନେ ।

ମନବୁଦ୍ଧି ସ୍ଥିର ହୋଇବ ତେହ୍ନେ ।

ତିନି ଆଙ୍ଗୁଳିରେ ଧରିବ ନାଡ଼ି ।

ବାତ ପିତ ଆମ୍ବ ଯେମନ୍ତେ ବାଡ଼ି ।

ପ୍ରଥମେ ତର୍ଜନୀ ଆଙ୍ଗୁଳି ଏକ ।

ଅଳପ କରି ଥିର କରି ଯାକ ।

ସେ ଆଙ୍ଗୁଳି ସରୁ ଲାଗିବ ଯେବେ ।

ବିଜୁଳି ପ୍ରାୟେ ଲାଗୁଥିବ ବେଗେ ।

ଘଞ୍ଚ ବିଜୁଳି ଯେହ୍ନେ ମାରେ ଲଟା ।

ତେବେ ସେ ଜାଣିବ ପିତ୍ତ ଚେରେଷ୍ଟା ।

ମଝି ଆଙ୍ଗୁଳିର ନାଡ଼ି ସ୍ୱଭାବେ ।

ସର୍ପ ଜିଭ ପ୍ରାୟେ ଲାଗିବ ଯେବେ ।

ଲହ ଲହ ହୋଇ ବହେ ସରିତ ।

ଏମନ୍ତ ନାଡ଼ିକି ବୋଲିବି ବାତ ।

ତଳ ଆଙ୍ଗୁଳିରେ ନାଟିକା ଯେହୁ ।

ମୋଟ ହୋଇ ଯେବେ ଲାଗିବ ସେହୁ ।

ଅତି ବ୍ୟଗ୍ର ନୋହି ଯହରା ବେଶ ।

ଏହାକୁ ବୋଲିଟି ଆମ୍ବ ପ୍ରକାଶ ।

ବକ୍ର ହୋଇ ବହେ ବାତ ପ୍ରବଳ ।

ପିତ୍ତର ନାଟିକା ଅତି ଚପଳ ।

ଆମ୍ବ ନାଟିକା ମୋଟ ଭାବେ ଗରୁ ।

ସନ୍ନିପାତ ନାଡ଼ି ବହଇ ସରୁ ।

ବିଭୋର ହୋଇଣ ପଛକୁ ପେଲି ।

ମୟୂର ପ୍ରାୟେ ଧୀରେ ଧୀରେ ଚାଲି ।

ବାତ ପିତ୍ତରେ ଶଳିମଷା ଭେଦ ।

ଏମନ୍ତ ନାଡ଼ିକି ବୋଲି ପ୍ରମୋଦ ।

କ୍ଷଣକେ ଥାଇ କ୍ଷଣକେ ନ ପାଇ ।

କ୍ଷଣକେ ଯାଇ ମୃତ୍ୟୁ ଘରେ ଥାଇ ।

ଜାଣିଲେ ନୁହଇ ବିଷମ ସନ୍ଧି ।

ଅନୁଭବ ଥିଲେ ପାରିବ ରୁନ୍ଧି ।

ସର୍ପ ଆକାରେ ବାତ ନାଡ଼ି ଚାଲେ ।

ବକ୍ର ହୋଇଣ ଉପରକୁ ପେଲେ ।

ପିତ୍ତନାଡ଼ି ଗତି ନୋହେଟି ମୋଟ ।

ଦକଦକ ଯେହ୍ନେ ମଣ୍ଡୁକୀ କଣ୍ଠ ।

ନୋହିଲେ କୁଆ ଆଖି ପ୍ରାୟ ହୋଇ ।

ମିଟି ମିଟି ହୋଇ ଚାହିଁଣ ଥାଇ ।

ଏହାକୁ ପିତ୍ତ ନାଡ଼ି ବୋଲି ଜାଣ ।

ସୁବୁଦ୍ଧି ସାଧୁ ବୈଦ୍ୟମାନେ ଶୁଣ ।

ବାତନାଡ଼ିର ଯେ ଏମନ୍ତ ଗତି ।

ଯେମନ୍ତ ପ୍ରକାରେ ଚଳଇ ହସ୍ତୀ ।

ବକ୍ର ହୋଇଣ ଉପରକୁ ଯାଏ ।

ମୁଣ୍ଡ ହଲାଇ କଙ୍କଡ଼ାର ପ୍ରାୟେ ।

ନୋହିଲେ କୁକୁଡ଼ା କଣ୍ଠ ଯେମନ୍ତ ।

ଦକ ଦକ ହୋଇ ବହେ ମରୁତ ।

ଏତେ ପ୍ରକାରେ ଯେଉଁ ନାଡ଼ି ବହେ ।

ଏକାଙ୍ଗବାତ ବୋଲି ତାକୁ କହେ ।

ବାତ ଶଳିମଷା ନାଡ଼ିର ଗୁଣ ।

କହିବା ସାଧୁ ବୈଦ୍ୟମାନେ ଶୁଣ ।

ବକ୍ର ହୋଇଣ ବହୁ ଥାଇ ବେଗି ।

ଜୋକ ପ୍ରାୟ ଦୁଇ ଆଡ଼କୁ ଲାଗି ।

ବାତ ସନ୍ନିପାତ ନାଡ଼ି ବେଭାର ।

ଏଣ୍ଡୁଅ ପ୍ରାୟେ କରି ଛାଟେ ଶିର ।

ଯେହ୍ନେ ଚଳାଇ ରାଜହଂସ ପକ୍ଷୀ ।

କୁକୁଡ଼ା ପ୍ରାୟେ ମିଟିମିଟି ଆଖି ।

ନୋହିଲେ କୁଶର ଅଗ୍ର ଯେମନ୍ତ ।

ବାତ ସନ୍ନିପାତ ନାଡ଼ି ତେମନ୍ତ ।

ଉଡ଼ଇ ବୁଡ଼ଇ ଛାଟଇ ନାଡ଼ି ।

ଡମ୍ବରୁ ଆକାରେ ନୁହଇ ଛାଡ଼ି ।

ଡିଅଁଇ ଚଞ୍ଚଳ ନାଗଇ ଛନ୍ନ ।

ଏମନ୍ତ ମଳୁ ଜୀଏ ତିନିଦିନ ।

ମନ୍ଦ ମନ୍ଦ ହୋଇ ବହଇ ନାଡ଼ି ।

କ୍ଷଣକେ ଯାଏ କଚଟିରୁ ଛାଡ଼ି ।

କ୍ଷଣକେ ବୁଡ଼ଇ କ୍ଷଣକେ ଉଦେ ।

ନଉକା ପ୍ରାୟେ ଲାଗୁଥାଏ ହାଦେ ।

ଏମନ୍ତ ମଳୁ ଅଟେ ଅଲକ୍ଷଣ ।

ମୃତ୍ୟୁ ପାଇ ତିନିଦିନେଣ ପୁଣ ।

ଯେବଣ ନାଡ଼ି ଟଳଟଳ ବେଶ ।

ସୁଖରେ ଯେସନେ ଚାଲଇ ହଂସ ।

ଡମ୍ବରୁ ଛାତି ଓହଳଇ ଦୂରୁ ।

କୁଶ ଅଗ୍ର ପ୍ରାୟେ ଲାଗଇ ସରୁ ।

ଝିଲିମିଲି ହୋଇ ନ ପାଇ କୂଳ ।

ଯେହ୍ନେ ହଲୁଥାଇ ମୟୂର ଚୂଳ ।

କ୍ଷଣ କ୍ଷଣକେ ନାନା ରୂପ ଧରେ ।

ଏମନ୍ତ ମଳୁ ତିନିଦିନେ ମରେ ।

ବାତ ଶଳିଷମା ନାଡ଼ି ବିଧାନ ।

ପାଳରୁ ଯେସନେ ଛାଡ଼ଇ ଧାନ ।

କାଠ ଭିତରେ ଥାଇ ଯେହ୍ନେ ଯୂଇ ।

ବାତ ଶଳିଷମା ଏମନ୍ତ ହୋଇ ।

ସ୍ତିରୀକି ବହୁତ ହୁଏ ଆକଟ ।

ଏମନ୍ତ ବ୍ୟାଧି ପୁରୁଷକୁ ଘାଟ ।

ପିତ୍ତରେ ଯେହ୍ନେ ଶଳିଷମା ଜଡ଼ି ।

ତର ତର ହୋଇ ଲାଗଇ ନାଡ଼ି ।

ତିନିଟିପ ଯାକ ବହଇ ସରୁ ।

ବଇଦ ହୋଇଲେ ବିଚାର କରୁ ।

ଶୀତଳ ହୋଇଣ ବହେ ପବନ ।

ଅତି କ୍ଷିର୍ନ୍ନ ଅତି ଲାଗଇ ଖିନ ।

କ୍ଷଣକେ କ୍ଷେପଇ କ୍ଷଣକେ ବୋହି ।

ପିତ୍ତ ଶଳିଷମା ଏହାକୁ କହି ।

ଚିହ୍ନ ଚିହ୍ନ ବୈଦ୍ୟ ରୋଗର ବାଟ ।

ଏମନ୍ତ ପିତ୍ତ ଯେ ସ୍ତିରୀକି ଘାଟ ।

ପିତ୍ତଶଳିଷମା ହୋଇଲେ ସ୍ତିରୀ ।

ନ ଜାଣିଲେ ଯାଇ ଅଳପେ ମରି ।

ଏମନ୍ତ ବାତ ନାଡ଼ି ଖରେ ବହି ।

ଅତି ଉଗ୍ର ଭାବେ ଚପଳ ହୋଇ ।

ତିନି ଟିପ ଏକା ପ୍ରକାରେ ବହେ ।

ଝଟକି ଲାଗଇ ବିଜୁଳି ପ୍ରାୟେ ।

ନୋହିଲେ ଲାଗେ ଶାଗୁଣା ଯେମନ୍ତ ।

ବୃକ୍ଷକୁ ଯେସନେ ପବନ ଘାତ ।

ଝାଙ୍କିଲା ଝାଙ୍କିଲା ହୋଇଣ ଥାଇ ।

ଏକାନ୍ତ ବାତଟି ଏହାକୁ କହି ।

ଏହାକୁ ବୋଲିଟି ଏକାନ୍ତ ବାତ ।

ସୁବୁଦ୍ଧି ସାଧୁ ବୈଦ୍ୟମାନେ ଚେତ ।

ସନ୍ନିପାତ ନାଡ଼ି ଦେଉଛି କହି ।

ବେଙ୍ଗ କଣ୍ଠ ପ୍ରାୟେ ହଲୁଣ ଥାଇ ।

ହଂସ ଯେହ୍ନେ ଜଳ ପହଁରିଯାଏ ।

ନୋହିଲେ ଚାଲଇ ବିଚିତ୍ର ପ୍ରାୟେ ।

ଘରଚଟିଆ ଚଢ଼େଇ ଯେମନ୍ତ ।

ଛୋଟ ଛୋଟ ହୋଇ ଡେଇଁ ତେମନ୍ତ ।

ଡିଅଁଇ ଗଡ଼ଇ କ୍ଷଣକେ ପଡ଼ି ।

ସନ୍ନିପାତ ବୋଲି ଏମନ୍ତ ନାଡ଼ି ।

ଜୋକ ଯେସନ ଦୁଇମୁଣ୍ଡି ଧରେ ।

ବାତ ନାଡ଼ି ବହେ ସେହି ପ୍ରକାରେ

ଜୋକର ଚାଲିବା ଭାବ ପଛକୁ ।

ଦୋହଲି ହୁଅଇ ଆଗ ପଛକୁ ।

ବେଙ୍ଗ କଣ୍ଠ ଯେହ୍ନେ ଦୁଲୁକି ଥାଇ ।

ପିତ୍ତ ନାଡ଼ି ବହେ ଏମନ୍ତ ହୋଇ ।

ନୋହିଲେ କକୁଡ଼ା ରାବ ଯେମନ୍ତ ।

ଦୁକୁ ଦୁକୁ ହେଉ ଥାଇ ତେମନ୍ତ ।

ବାତ ପିତ୍ତର ଶଳିଷମା କୋପେ ।

ଏ ନାଡ଼ି ଚାଲଇ ଏମନ୍ତ ରୂପେ ।

ତ୍ରିଭଙ୍ଗୀ ହୋଇ ଯେ ନାଟିକା ବହି ।

ସନ୍ନିପାତ ବୋଲି ଏହାକୁ କହି ।

ବାତରେ ଯେବେ ଚନ୍ଦ୍ର ଥିବ ଏକା ।

ମାନୁଷ ଗତିରେ ବହେ ନାଟିକା ।

କ୍ଷିନ୍ନ ହୋଇଣ ସରୁ ଭାବେ ବହେ ।

ମଝିରେ ଲୁଚିଣ ଗୁପତେ ରହେ ।

ପୂର୍ଣ୍ଣ ଚନ୍ଦ୍ରମା ପାଇଥିବୁ ଯେବେ ।

ସେ ନାଡ଼ି ଚାଲଇ ଏମନ୍ତ ଭାବେ ।

ଜୁଳୁଜୁଳା ପୋକ ପ୍ରାୟକ ହୋଇ ।

ଝିଲିମିଲି ହୋଇ ଲାଗୁଣ ଥାଇ ।

କ୍ଷଣକେ ବହଇ କ୍ଷଣେ ନ ମିଳି

ତର୍ଜନୀ ମୁଦ୍ରିକା ମଧ୍ୟ ଆଙ୍ଗୁଳି ।

ଏ ତିନି ଆଙ୍ଗୁଳି ଘେନିଣ ବୈଦ୍ୟ ।

ନାଡ଼ି ଉଚ୍ଚାରିଣ ଦେଲା ଔଷଧ ।

ନାଡ଼ି ଯେବେ ଅତି ଦେଖିବ ଭିନ୍ନ ।

ନୋହିଲେ ହିଁ ଅତି ହୋଇବ କ୍ଷିନ୍ନ ।

ହସ୍ତରେ ଯେବେ ନ ଲାଗିବ କିଛି ।

ମୃତ୍ୟୁ ଭେଦ ବୋଲି ସାହାସ୍ରେ ଅଛି ।

ଡମ୍ବରୁ ଆକାରେ ଯେବଣ ନାଡ଼ି ।

ଦୁଇ ମୁଣ୍ଡରେ ବହୁଥାଇ ମାଡ଼ି

ସଧିରେ ଯେବେ ନ ଲାଗିବ ଖରେ ।

ଏ ମଳୁ ମରଇ ଦୁଇ ଦିନରେ ।

ଅତି କ୍ଷିନ୍ନ ଯଦି ଲାଗିବ ନାଡ଼ି ।

କ୍ଷଣକେ ଦୃଶ୍ୟ କ୍ଷଣକେ ଯାଇ ଛାଡ଼ି ।

ପଛକୁ ଓହରି ହୋଇ ସ୍ୱଭାବେ ।

ଚନ୍ଦ୍ର ଘରକୁ ଲାଗିଯିବ ଯେବେ ।

ବୈଦ୍ୟ ତାହାକୁ କି କରିବ ଜଗି ।

ଅଳପ କ୍ଷଣ ଜୀଅଇ ଏ ରୋଗୀ ।

ହେ ବୁଧ ଜନେ ସାବଧାନେ ଶୁଣ ।

ନାଡ଼ି ଲକ୍ଷଣ ଯେ ଜାଣଇ ପୁଣ ।

ସେହି ସେ ଜାଣଇ ଆଗତ କଥା ।

ଜାଣି ନ ଜାଣଇ ନାଡ଼ି ବ୍ୟବସ୍ଥା ।

ଗିରିଜା ପତି ମହାଦେବ ଯେହୁ ।

ନାଡ଼ିର ଲକ୍ଷଣ ଜାଣନ୍ତି ସେହୁ ।

ଦେବତାମାନଙ୍କୁ ଗୋଚର ନାହିଁ ।

ନର ମାନବ ତା ଜାଣିବେ କାହିଁ ।

ଗତ ବାସନା ଆଜ୍ଞା ବାସୁଦେବ ।

ଅନୁଭବ ଯାହା ହୃଦରେ ଥିବ ।

ସେହି ସେ ଥୋକାଏ ଜାଣିବ ଏହା ।

ଅଧିକ ଅବାମୁଁ କହିବି କାହା ।

ଅଦୃଷ୍ଟି, ଅଶ୍ରୁତି ଯେବଣ କଥା ।

ଯେ ଏହା ଜାଣଇ ସେହି ବକତା ।

ତାହାଙ୍କୁ ବୋଲିବା ବିଷ୍ଣୁ ସେବକ ।

ବିଷ୍ଣୁଙ୍କ ଭକତ ସେବଣ ଲୋକ ।

ଶ୍ରୀ ଜଗନ୍ନାଥଙ୍କୁ ଶରଣ ଯାଇ ।

ଦୀନକୃଷ୍ଣ ଦାସ ସାହାସ୍ରେ କହି ।

ସେ ପ୍ରଭୁ କରୁଣା ହୋଇଲେ ଯେଣୁ ।

ବୈଦ୍ୟ ସାହାସ୍ର ମୁଁ କହୁଛି ତେଣୁ ।

ଛୁତ(୧) ଧରିବାର ଏମନ୍ତ ବିଧି ।

ତାହା କହିଦେବା ଶୁଣ ସୁବୁଦ୍ଧି ।

ସୁବୁଦ୍ଧି ସାଧୁ ବୈଦ୍ୟମାନେ ଶୁଣ ।

ନାନା ବର୍ଣ୍ଣରେ ପରିସ୍ରାବ ଗୁଣ ।

ପ୍ରଭାତେ ମୂତ୍ର ଯେ କଂସାରେ ଧରି ।

ନୋହିଲେ ମାଟି ପିହାଣରେ ଭରି ।

(୧) ଖ ପୋଥି- ମୂତ୍ର ଧରିବାର ଯେବଣ ବିଧି

ତିନି ଦଣ୍ଡ ଯାଏ ଖରାରେ ଥିବ ।

ଆଗପଛ ମୂତ୍ର (୨) ଇଡ଼ିଣ ଦେବ ।

କୁଶ ଅଗ୍ରେ ପକାଇବ ତଇଳ ।

ନୋହିଲେ ତିରଣ ଅଗ୍ର ହିଁ ଭଲ ।

ତିନି ମୁହୂର୍ତ୍ତ ଅନାଇବ ରହି ।

ଯେଉଁ ଦିଗେ ଯିବ ଯେମନ୍ତ ହୋଇ ।

ଯେଉଁ ଦିଗକୁ ଯେ ଚାଲିବ ଖର ।

ଦୃଢ଼ କରି ତାକୁ ହୃଦରେ ଧର ।

(୨) ଖ ପୋଥି- ଆଗପଛ ଦୁଇ ଇଡ଼ିଣ ଦେବ ।

ପ୍ରଭାତେ ପୂର୍ବକୁ ଚାଲିଲେ ତୈଳ ।

ଜାଣିବ ଏ ମଳୁ ହୋଇବ ଭଲ ।(୩)

ମଧ୍ୟାହ୍ନେ ଯେବେ ପଶ୍ଚିମକୁ ଯାଇ ।

ସେ ମଳୁ ଜୀଅଇ ବିରୁଦ୍ଧ ନାହିଁ । (୪)

ତିନି ପ୍ରହରେ ଉପରକୁ ଯାଏ ।

ସେ ମଳୁ ତରଇ ନ ଥାଏ ଭୟେ ।

ଆବର କଥା କହି ଦେବାଟି ଭଲ ।

ଏମନ୍ତ ପ୍ରକାରେ ଚାଲଇ ତୈଳ ।

(୩) ଖ ପୋଥି- ତେବେ ଜାଣିବ ସେ ଅଟଇ ଭଲ ।

(୪) ଖ ପୋଥି- ଭୟ ନ ଥାଇ ।

ବାତ ଯେହୁ ମଳୁ ଦେହରେ ଥାଇ ।

ସର୍ପ ପ୍ରାୟେ ହୋଇ ତୈଳ ଯାଇ । (୫)

ପିତ୍ତରେ ଅତି ଶୀଘ୍ର ଯାଏ ଚାଲି ।

ଖଣ୍ଡ ଖଣ୍ଡ ହୋଇ କାଟଇ ଜାଲି ।

ଆମ୍ୱ ଦେହେ ଟଙ୍କା ପ୍ରାୟକ ହୋଇ ।

ସଧିରେ ସଧିରେ ହୋଇଣ ଯାଇ ।

କମ୍ପୁଥିଲା ମଳୁ ଯୁଗତେ ପାଠ ।

ବିନ୍ଦୁରେ ତୈଳ ନ ଚାଲଇ ବାଟ । (୬)

(୫) ଖ ପୋଥି- ଗମଇ

(୬) ଖ ପୋଥି- ଘାଟ

ମେଣ୍ଡା ଆଖି ଗୋଟା ପ୍ରାୟେ ସ୍ୱଭାବେ ।

ଥମ୍ବିଭୂତ ହୋଇ ରହଇ ଠାବେ ।

ଅଲକ୍ଷଣ ବୋଲି ତାହାକୁ କହି ।

ଅଧିକ ଦିନ ମଳୁ ନ ରହଇ ।

ପ୍ରସାବ ଭାବ ବୁଝ ବୈଦ୍ୟଜନ ।

ବିଚାରି ବୁଝୁ ଥାଅ ମନେ ମନ ।

ଛେଳି ମୂତ୍ର ପ୍ରାୟେ ଜୋତି ଆଭାସି ।

ନୋହିଲେ ଗୋମୂତ୍ର ପ୍ରାୟେକ ଦିଶି ।

ଖର ପ୍ରାଣୀ ପ୍ରାୟେ (୧) ଦିଶିଲ ମନ୍ଦ ।

ନିଶ୍ଚୟ ଜାଣିଥା ଏ ବ୍ୟାଧି ଦ୍ୱନ୍ଦ ।

ଆବର ଅଧିକ ନ କହ କିନା ।

ଧର୍ମକେ ଏ ମଳୁ ବ୍ରତଇ ସିନା ।

ନୋହିଲେ ଆର୍ଦ୍ରାବଳୀ ପ୍ରାୟେ ଯିବ(୨) ।

ଆଦିତ୍ୟ ମଣ୍ଡଳ ପ୍ରାୟେ ଦିଶିବ ।

ନୀଳବର୍ଣ୍ଣ ପ୍ରାୟେ ବର୍ଣ୍ଣ ସ୍ୱଭାବେ ।

ଏତେ ଅଲକ୍ଷଣ ଦିଶିବ ଯେବେ ।

(୧) ଖ ପୋଥି- ଶଶା ମୂତ୍ର ପରି

(୨) ଖ ପୋଥିରେ ଅଧିକ- ନୋହିଲେ ସେ ମଳୁ ବର୍ତ୍ତିବ କାହିଁ ।

ଏକଥା ସ୍ୱରୂପ କହିଲି ମୁହିଁ

ଯେବଣ ମୂତ୍ରେ ତୈଳ ପରବେଶ ।

ଚାହୁଁ ଚାହୁଁ ଯେବେ ହୋଏ ଅଦୃଶ୍ୟ

ସେ ମଳୁ କେବେ ହେଁ ନୁହଇ ସାଧ୍ୟ ।

ବିଚାରି ବୁଝ ହେ ପଣ୍ଡିତ (୩) ବୈଦ୍ୟ ।

ଏମନ୍ତ ମଳୁ ଯେ ବ୍ରତିବ କାହିଁ ।

ପାଣ୍ଡୁର ବର୍ଣ୍ଣ ଯେ ଛୁତ ଦିଶଇ ।

କୂଳ ନ ପାଇଣ ଫୁଟେ ତୁରିତ ।

ସେ ମଳୁ ନିଶ୍ଚୟ ହୁଅଇ ହତ ।

ସୁବୁଦ୍ଧି ସାଧୁ ବୈଦ୍ୟମାନେ ଶୁଣ ।

ଧ୍ରୁବ ବୋଲି କରି ଏକଥା ଜାଣ ।

(୩) ଖ ପୋଥି- ସୁଭଦ୍ର

ହରିତକ ପ୍ରାୟେ ଦିଶିଲେ ପାଣି ।

ଏକାନ୍ତ ଆମ୍ବ ବୋଲି ତାକୁ ଜାଣି ।

କଳା ପାଣି ପ୍ରାୟେ ଦିଶିବ ଯେବେ ।

ବାତ ଶଳିଷମା (୪) ବୋଲିବ ତେବେ ।

ପାଣ୍ଡୁର ବର୍ଣ୍ଣ ଦିଶିଲେ ଉପମା ।

ତାହା ଜାଣିମ ବାତ ଶଳିଷମା ।

ପାଣିରେ ଯେବେ ତଇଳ ପକାଇ ।

ଚାରିଦିଗକୁ ଏକାବେଳେ ଯାଇ ।

(୪) ଖ ପୋଥି- ସନ୍ନିପାତ

ସେ ମଳୁ କେବେ ହେଁ ଭଲ ନୁହଇ ।

ଶୁଣ ହେ ବୈଦ୍ୟ ସାବଧାନ ହୋଇ । (୫)

ତଇଳ ଯେବେ ଦକ୍ଷିଣକୁ ଯାଇ ।

ନୋହିଲେ ଉତ୍ତର ଦିଗେ ଗମଇ ।

ଇଶାନେ ଯାଉ କି ବାୟବେ ଯାଉ ।

ପଶ୍ଚିମେ ଗଲେ ନ ବ୍ରତଇ ଆଉ ।

ଆବର ଛୁତ ବୁଝ ପରିମାଣି ।

ଯେହ୍ନେ ଦିଶୁଥାଇ ବରଷା ପାଣି ।

(୫) ଖ ପୋଥି- କେବେହେ ସେ ମଳୁ ନୁହଇ ସାଧ୍ୟ ।

ସାବଧାନ ହୋଇ ଶୁଣ ହୋ ବୈଦ୍ୟ ।

ନୋହିଲେ ଘୋଡ଼ାର ଛୁତ ଯେସନ ।

ହସ୍ତୀ ମୁତ ପ୍ରାୟେ ଦିଶଇ ବର୍ଣ୍ଣ ।

ଶଶାମୁତ ପ୍ରାୟେ ଦିଶିବ ଯେବେ ।

ତ୍ରିଦୋଷ ସନ୍ନିପାତ ବୋଲି ତେବେ ।

ବାତ ଦେହ କଥା ଏମନ୍ତ ଜାଣି ।

ପାଣ୍ଡୁର ବର୍ଣ୍ଣ ଦିଶୁଥାଇ ପାଣି ।

ପିତ୍ତରେ ରକତ ବର୍ଣ୍ଣ ଆଭାସି ।

କଫ ଥିଲେ ଏହି ରୂପେ ପ୍ରକାଶି । (୧)

(୧) ଖ ପୋଥି- ପିତ୍ତରେ ରକତ ବର୍ଣ୍ଣ ଆଭାସ ।

କଫ ଥିଲେ ଫେନ ହୁଏ ପ୍ରକାଶ ।

କଳାବର୍ଣ୍ଣ ଯେବେ ଦିଶିବ ପାଣି ।

ସନ୍ନିପାତ ବୋଲି ଏହାକୁ ଜାଣି ।

ବାତ ବେଳେ ସର୍ପଗତିରେ ଗମେ ।

ପିତ୍ତରେ ଅତିବେଗ (୨) ହୋଇ ଭ୍ରମେ ।

ଖଣ୍ଡ ଖଣ୍ଡ ହୋଇ ଛିଡ଼ଇ ଯେବେ ।

ଜାଲି ଫାଶ କଲେ (୩) ଯେମନ୍ତ ଭାବେ ।

ଏକାନ୍ତ ବାତ ଯେଉଁ ଦେହେ ଜାଣି ।

ପାଣ୍ଡୁର ବର୍ଣ୍ଣ ଦିଶୁଥାଇ ପାଣି ।

(୨) ଖ ପୋଥି- ଖର

(୩) ଖ ପୋଥି- ଜାଲ ପାତିଥାଇ

ନୋହିଲେ ସୁବର୍ଣ୍ଣ କଣିକା ମତ ।

ଘୋଳ ଦହି ପ୍ରାୟ ଦିଶଇ ଛୁତ ।

ତଇଳ ତହିଁ ପକାଇବ ଯେବେ ।

ବାଙ୍କ ବାଙ୍କ ହୋଇ ରହଇ ଠାବେ ।

ଏକାନ୍ତ ବାତର ଏମନ୍ତ ଗୁଣ ।

ସନ୍ତୋଷ ହୋଇ ବୈଦ୍ୟଜନେ ଶୁଣ ।

ଯେବେ ହୋଇଥାଇ ଏକାନ୍ତ ପିତ୍ତ ।

ତଇଳ ଦିଶଇ ଜୋକ (୪) ରକତ ।

(୪) ଖ ପୋଥି- କଞ୍ଚା

ଚଞ୍ଚଳ ହୋଇ ଉଡ଼ିଯାଇ ଖରେ ।

ସଧୀର ହୋଇ ନ ରହଇ ତାଳେ । (୫)

ଖଣ୍ଡ ଖଣ୍ଡ ହୋଇ ଛିଡ଼ିଣ ଯାଇ ।

ଏକାନ୍ତ ପିତ୍ତଟି ଏହାକୁ କହି ।

ଏଥକୁ ସାନ୍ତ୍ୱନା କର ଯୁଗତ ।

ପଇଡ଼ ପାଣି ଯେ ପଖାଳ ଭାତ ।

ଆବର ଚନ୍ଦନ ହଳଦୀ ଲେପ ।

ଯେମନ୍ତ ଛାଡ଼ଇ ହୃଦର ତାପ । (୬)

(୫) ଖ ପୋଥି- ତଇଳ ପଡ଼ନ୍ତେ ଉଡ଼ଇ ଖରେ ।

ଦୁଗ୍ଧ ଉତୁରଇ ଯେଉଁ ପ୍ରକାରେ

(୬) ଖ ପୋଥି- ଦେହ ଉତ୍ତାପ

କଫ ଶଳିଷମା ଯେବଣ ଜନ ।

ଛୁତ ଦିଶୁଥାଇ ଶୁକଳ ବର୍ଣ୍ଣ ।

ସ୍ପଟିକ ପ୍ରାୟେ ହୋଇ ଗୋଟି ଗୋଟି ।

ଫେଣ ପ୍ରକାଶଇ ଭିତରୁ ଫୁଟି ।

ତଇଳ ଆଦିତ୍ୟ ପ୍ରାୟେକ ଦିଶି ।

ନ ଚଳେ ମୁଣ୍ଡିଆ ପ୍ରାୟେ ଆଭାସି ।

ଏକାନ୍ତ କଫର ଏହି ବେଭାର ।

ଏମନ୍ତ ମଳୁକୁ ଉପାସ କର ।

ପୋଡ଼ା ଦେଇ ଦେବ କୋଳଥ ମଣ୍ଡ ।

ପାଞ୍ଚନ ଏଥକୁ ବିହିବ ଦଣ୍ଡ ।

ତହିଁ ଉତ୍ତାରେ ରସ ଦେବ ନେଇ ।

ବାତ ପିତ୍ତ ଯାହା ଦେହରେ ଥାଇ ।

ପାଣି ଦିଶୁଥାଇ ରକତ ଭଳି ।

ହଳଦୀରେ ଯେହ୍ନେ ରୁଧିର ବୋଳି ।

ଛୁତ ଏମନ୍ତ ପ୍ରାୟେ ଯେବେ ଦିଶି ।

ନୋହିଲେ ପଚା ବର୍ଣ୍ଣ ପ୍ରାୟେ ଦିଶି ।

ଫୁଟଇ ନାହିଁ ନ ବାନ୍ଧଇ ଜାଲି ।

ବାତ ପିତ ହାଦେ ଏହାକୁ ବୋଲି ।

ତାଟିଆକ ଯାକ ଘୋଟଇ ସବୁ ।

ଏମନ୍ତ ମଳୁକୁ ପଖାଳ ଦେବୁ ।

ପଇଡ଼, ପଣା, ଚନ୍ଦନ, ହଳଦୀ ।

ଏମନ୍ତ ପ୍ରକାରେ ସାନ୍ତ୍ୱନା ବିଧି ।

ବାତରେ ଯେମନ୍ତ ଶ୍ଲେଷମା ଭେଦ ।

ଏମନ୍ତ ମଳୁ ଟି ବଡ଼ ପ୍ରମାଦ ।

ଏ ମୁତ ପାଣ୍ଡୁର ସ୍ୱଭାବ ଜାଣି ।

ନୋହିଲେ ଦିଶିବ ପଇଡ଼ ପାଣି ।

ଘୋଳପଡ଼ି ଫେଣ ଉପରେ ଥାଇ ।

ତଇଳ ରହଇ ନିଚଳ ହୋଇ ।

ବାତ ଶଳିଷମା ବ୍ୟାଧିର ଭାବ ।

ଦଶମୂଳ ଘେନି ପାଞ୍ଚନ ଦେବ ।

ଚିକିତ୍ସା କରି ଧରିଥିବ ପଥି ।

ବଳିଆର ଯେବେ ଦେଖିବ ଏଥି ।

ବ୍ୟାଧିକି ଟାକି ବେଗେ ଦେବ ରସ ।

ତେବେ ଯେ ଏଥିରେ ରହଇ ଯଶ ।

ପିତ୍ତରେ ଭେଦ ଶଳିଷମା ଜାଣି ।

ମୁତ ଦିଶୁଥାଇ ବରଷା ପାଣି ।

ଛିଦ୍ର ହୋଇଣ ପଡ଼ିଥାଇ ଜଳ

ପାଣି ଦିଶୁଥାଇ ଅତି ନିର୍ମଳ ।

ତଇଳ ପଡ଼ିଲେ ଚାଲଇ ଛନ୍ଦେ ।

ଜାଣି ପ୍ରାୟ ହୋଇ ପରଳ ବାନ୍ଧେ ।

ଦୋଷ ବ୍ୟାଧି ବୋଲି ଏହାକୁ କହି ।

ଏହାକୁ ଚିକିତ୍ସା କରିଣ ଥାଇ ।

ଆକଟ କରି ଏ ବ୍ୟାଧିକି ଦଣ୍ଡ ।

ପୋଡ଼ାଦେଇ ଦେବ କୋଳଥ ମଣ୍ଡ ।

ଚତୁର୍ଦ୍ଦଶାଙ୍ଗ ଯେ ଅଳାହି ବିଧି ।

ଏମନ୍ତେ ଏ ବ୍ୟାଧି ହୁଅଇ ସାଧି ।

ଆମ୍ବବାତର ପରିସ୍ରାବ ଚିହ୍ନ ।

ମଦ୍ୟ ଘୋଳ ପ୍ରାୟେ ଦିଶଇ ବର୍ଣ୍ଣ ।

ତଇଳ ଦେଲେ ଥମ୍ବିଭୂତ ହୁଏ ।

ଚିହ୍ନ ଗୋଟି ପ୍ରାୟେ ହୋଇଣ ରହେ ।

ମେଣ୍ଢା ଆଖି ପ୍ରାୟେ ଯେସନେ ଚାହିଁ ।

ନୋହିଲେ ତଇଳ ବୁଡ଼ି ପଡ଼ଇ ।

ଦୋଷ ଭେଦ ବୋଲି ଏମନ୍ତ ଜାଣ ।

ଝାମ୍ପ ଦେଇ କର ପୋଡ଼ା ଭିଆଣ ।

ବାତ ପିତ୍ତ ଯେବେ ହୁଅନ୍ତି ଭେଟ ।

ଦେହ ହେଉ ଥାଇ ଦଗଧ ରେଟ ।

କରଚରଣ ପୁଡୁଥାଇ ଯାର ।

ରାତ୍ର ଦିବସ କରୁଥାଇ ଜ୍ୱର ।

ପରିସ୍ରାରେ ଯେବେ ତଇଳ ପଡ଼ି ।

ପବନ ପ୍ରାୟେ ବେଗେ ଯାଇ ଉଡ଼ି ।

ଏଥକୁ ସାନ୍ତ୍ୱନା କରି ସମ୍ଭାଳ ।

ହଳଦୀ ପଇଡ଼ ପଣା ପଖାଳ ।

(ପିତ୍ତରେ ଭେଦ ଶଳିଷମା ଜାଣି । ମୂଚ ଦିଶୁଥାଇ ବରଷା ପାଣି) ଠାରୁ (ଚଇଳ ହୋଇଲେ ଏମନ୍ତ ବର୍ଣ୍ଣ । ସେ ମଳୁ ମରଇ ଧ୍ରୁବ ବଚନ) ପର୍ଯ୍ୟନ୍ତ ଖ ପୋଥିରେ ନାହିଁ ।

ବସା ଦହି ଦେଇ ତୋଷିବା ମନ ।

ଦେହରେ ବୋଳିବା ବାସି ଚନ୍ଦନ ।

ବାତ ପିତ୍ତ ଯେବେ ଅଧିକ ହୋଇ ।

ପୁତ୍ରକୁ ଯେସନେ ସେନେହ ପାଇ ।

ସେହି ଭାବେ କର ସାନ୍ତ୍ୱନା ମତ ।

ହଳଦୀ ଚନ୍ଦନ ପଖାଳ ଭାତ ।

ପଇଡ଼ ପଣା ବସା ଦହି ନେଇ ।

ନବାତ ଧଣିଆ ମୁଥା ହିଁ ଦେଇ ।

ଚତୁର୍ଜାତକ ଯେ କରିବ ପୁଣ ।

ଏତେ ପ୍ରକାରରେ ଲୋଡ଼ିକି ଆଣ ।

ପଇଡ଼ ଜଳ ପରିସ୍ରାବ ଜାଣି ।

ନୋହିଲେ ଦିଶଇ ନଦୀର ପାଣି ।

ତଳେ ଘୋଳ ପଡ଼ି ତାପରେ ଫେଣ ।

ତଇଳ ପଡ଼ିଲେ ହେବ ଆରଣ ।

ବାତ ନାଡ଼ି ଜୀର୍ଣ୍ଣ ହୋଇ ପ୍ରସରେ ।

ଦୁଇଶ ଦଣ୍ଡରେ ଏ ମଳୁ ମରେ ।

ଆଦିତ୍ୟ ବର୍ଣ୍ଣ ଯେଉଁ ପାଣି ଦିଶି ।

ଉପରେ ତାର ଫେଣ ଥାଇ ମିଶି ।

ପିତ୍ତ ନାଡ଼ି ବୋଲି ଚିହ୍ନି ବିଚାରି

ତିନିଶ ଦଣ୍ଡରେ ଏ ମଳୁ ମରି ।

ଯେବଣ ମୂତ୍ର କଳା ପାଣି ପ୍ରାୟେ ।

ତଇଳ ପଡ଼ିଲେ ନିଚଳେ ରହେ ।

ଦେହେ ତାର ତୃଷା କେ କରୁଲେଖା ।

ଭିତରେ ହାଡ଼ କମ୍ପୁଥାଇ ଏକା ।

ଜିଭ ଶୁଖି ଯେବେ ହୁଅଇ କାଠ ।

ବ୍ୟାଧି ହୁଅଇ ବେନିପାଦ ପୁଷ୍ଟ ।

ମେରୁକୁ ବୋଲି ହେଉଥାଇ ବିନ୍ଧି ।

ଘୋଳି ଡମ୍ବରୁ ହାଡ଼ମାନ ସନ୍ଧି ।

ଏମନ୍ତ ବ୍ୟାଧି ଘୋଟିବ ଯାହାକୁ ।

ମହା ସନ୍ନିପାତ ବୋଲି ତାହାକୁ ।

ଅନ୍ନ ନ ରୁଚଇ ମନ ବିଭଙ୍ଗ ।

ଅନୁବରତେ ପୋଡ଼ୁଥାଇ ଅଙ୍ଗ ।

କଣ୍ଠ ଅଗ୍ରତେ କମ୍ପ ମହାତୃଷା ।

ଲୋକ ନ ଚିହ୍ନଇ କେବଳ ଭାଷା ।

ଏମନ୍ତ ପ୍ରକାରେ ଯେ ବ୍ୟାଧି ହୋଇ ।

ବୈଦ୍ୟ କି କରିବ ଔଷଧ ଦେଇ ।

ଯେ ଯେଡ଼େ ବୈଦ୍ୟ ହୋଇକିନା ସାକ୍ଷୀ ।

ଏମନ୍ତ ମଳୁକୁ ନୁହଇ ରଖି ।

ପାଣ୍ଡୁ ବର୍ଣ୍ଣ ଯେବେ ପାଣି ପ୍ରକାଶି ।

ସୁବର୍ଣ୍ଣ କଣିକା ପ୍ରାୟେକ ଦିଶି

ମଳ ପାଣି ପ୍ରାୟେ ଦିଶିବ ଯେବେ ।

ଏମନ୍ତ ମଳୁ ନ ବ୍ରତଇ ଭବେ ।

ଆରେକ କଥାଏ କହିବା ଶୁଣ ।

ବାତ ପିତ୍ତ ବ୍ୟାଧି ଯେମନ୍ତ ଗୁଣ ।

ଅଙ୍ଗରୁ ଏ ବ୍ୟାଧି ହୁଅଇ ଜାତ ।

ପାଣ୍ଡୁର ବର୍ଣ୍ଣ ଦିଶୁଥାଇ ଛୁତ ।

ତଇଳ ପଡ଼ିଲେ କୂଳ ନ ପାଇ ।

ଦକ୍ଷିଣ ଦିଗକୁ ଅଳପ ଯାଇ ।

ଦକ୍ଷିଣେ ଯେବେ ଚାଲଇ ତଇଳ ।

ଏ ବ୍ୟାଧି କେବେ ହେଁ ନୁହଇ ଭଲ ।

ଅସାଧ୍ୟ ବ୍ୟାଧି ଏ ଅଟଇ ଜାଣ ।

ଆବର କଥାଏ କହିବା ଶୁଣ ।

ଯେବଣ ଛୁତରେ ତଇଳ ଦେବ ।

ଧନୁ ପ୍ରାୟ ହୋଇ ବାଙ୍କିଣ ଯିବ ।

ନୋହିଲେ ହୋଇବ ଖଡ଼ଗ ପ୍ରାୟେ ।

ବାଡ଼ି ମୋଟ ପ୍ରାୟେ ହୋଇଣ ଯାଏ ।

ନୋହିଲେ ତ୍ରିଶୂଳ ପ୍ରାୟେକ ହୋଇ ।

ମୂଷଳୀ ଭାବେଣ ଚଳିଣ ଯାଇ ।

କୀଟ ପୋକ ବାଙ୍କେ ଚଳିଣ ଯାଇ ।

କାଣ୍ଡଶର ପ୍ରାୟେ ଯେସନ ହୋଇ

ଅସାଧ୍ୟ ବ୍ୟାଧି ଶୁଣ ବୈଦ୍ୟ ଜନେ ।

ଏ ମଳୁ ମରଇ ଅଳପ ଦିନେ

ପାଣିରେ ତୈଳ ଯିବ ଶଙ୍ଖ ଭାବେ ।

ପଦ୍ମଫୁଲ ପ୍ରାୟ ରହିବ ଯେବେ

ହସ୍ତୀ ଗୋଟା ପ୍ରାୟ ହୋଇ ସ୍ୱଭାବ ।

ନୋହିଲେ ଅଶ୍ୱର ଆକାରେ ଯିବ

ଏତେ ଲକ୍ଷଣ ଯେ ପ୍ରାଣୀର ଥାଏ ।

ସେ ମଳୁ ମରଇ ନାହିଁ ସଂଶୟେ

ଯେବଣ ପାଣିରେ ତଇଳ ଦେଇ ।

କଇଁଛ ପରାୟେ ହୋଇଣ ଯାଇ

ନୋହିଲେ ଦିଶଇ ମଣ୍ଡୁକୀ ପ୍ରାୟେ ।

ନୋହିଲେ ମାଛର ପ୍ରାୟେକ ଯାଏ

ତଇଳ ହୋଇଲେ ଏମନ୍ତ ବର୍ଣ୍ଣ ।

ସେ ମଳୁ ମରଇ ଧ୍ରୁବ ବଚନ

ଯେବଣ ଛୁତରେ ତଇଳ ଦେବା ।

ହସ୍ତୀ ପ୍ରାୟ ହୋଇ ଗମିବ ଅବା (୧)

ନୋହିଲେ ଛତା ଗୋଟି ପ୍ରାୟେ ଭାସେ ।

ବକ ପୁଚ୍ଛ ପ୍ରାୟେ ହୋଇଣ ଦିଶେ ।

ଯୋକମାଳ ପ୍ରାୟ ସ୍ୱରୂପ ଭାବେ ।

କୁଆଗୋଟା ପ୍ରାୟେ ଦିଶିବ ଯେବେ

ଯେଉଁ ଛୁତେ ଥିବ ଏମନ୍ତ ଭେଦ ।

ଦୋଷ ବୋଲି ତାକୁ ବୋଲିବ ବୈଦ୍ୟ

(୧) ଖ ପୋଥି- ଯେବଣ ଛୁତରେ ତଇଳ ଦେବା ।

ହଂସ ପରି ହୋଇ ରହିବ ଅବା ।

ନୋହିଲେ କ୍ଷେତ୍ର ଗୋଟିକ ସ୍ୱଭାବେ ।

ବକ ପରି ହୋଇ ରହିବ ଯେବେ ।

ନୋହିଲେ କଫ ସ୍ୱରୂପ ଭାବେ ।

କାକ ଗୋଟା ପରି ଦିଶିବ ଯେବେ ।

ଯେଉଁ ଭୂତେ ଥିବ ୟେତେକ ଭେଦ ।

ଦୁଷ ବୋଲି ତାକୁ ଜାଣ ହୋ ବୈଦ୍ୟ ।

ଏଥକୁ ପୋଡ଼ା ପାଞ୍ଚନ ପ୍ରକାଶ ।

ବଳିଆର କଲେ ବିହିବ ରସ

ଯେବଣ ପାଣି ନିରିମଳ (୨) ଦିଶି ।

ଆବର ବହଳ ହୋଇ ପ୍ରକାଶି

ନିଚଳେ ତଇଳ ଚଳଇ ନାହିଁ ।

ତ୍ରିଦୋଷ ବୋଲିଣ ଏହାକୁ କହି

ଏଥକୁ ପାଞ୍ଚନ ପଥି ସଂଯୋଗ ।

ଯେମନ୍ତେ ସାଧନ ହୋଇବ ରୋଗ

ଯେବଣ ପାଣି ରକ୍ତବର୍ଣ୍ଣ ଦିଶି ।

ପିତ୍ତରେ ଏମନ୍ତ ଜ୍ୟୋତି ଅଭ୍ୟାସି

(୨) ଖ ପୋଥି- ନୀଳବର୍ଣ୍ଣ

ତଇଳ ପଡ଼ିଲେ ତରଳେ ଯାଇ ।

ସାନ୍ତ୍ୱନା କଲେ ସେ ଏହାକୁ ପାଇ

ସ୍ୱାହାନ, ହଳଦୀ, ସଜ ପଖାଳ ।

ଏମନ୍ତ ପ୍ରକାରେ ମଳୁକୁ ତାର(୧)

ଯେବଣ ଦିଶଇ ଖଇର ପାଣି ।

ଦୋଷ ଭେଦ ବୋଲି ୟେହାକୁ ଜାଣି

ତୋରାଣୀ ପ୍ରାୟେ ଦିଶେ ଯେଉଁ ଛୁତ ।

ତଇଳ ଦେଲେ ରହେ ସ୍ତମ୍ଭୀଭୂତ

(୧) ଖ ପୋଥି - ପାଳ

ଦୋଷ ଭେଦ ବୋଲି ଜାଣିମା ୟେଥି ।

ଉପାସ କରାଇ ଧରିବା ପଥି

ଦଶମୂଳରେ ଅଜହି ପ୍ରକାଶ ।

ତହିଁ ନ ଛାଡ଼ିଲେ ଦେବାକ ରସ

ଛୁତ ଦିଶିବ ହଳଦିଆ ମହୁ ।

ତଇଳ ନିଶ୍ଚଳ ହୋଇଣ ରହୁ

ସୁବୁଧି ସାଧୁ ବୈଦ୍ୟ ଜନେ ଶୁଣ ।

ଏହାକୁ ବୋଲିକି ଆମ୍ବ ଅଜୀର୍ଣ୍ଣ

ପ୍ରଥମେ ଦେହ କରାଇବେ ଭେଦ ।

ତକ୍ଷଣି (୨) କରାଇ ଦେବ ଔଷଧ

ଯେବଣ ପାଣି ଦିଶେ ବସାଦହି ।

ତଇଳ ପଡ଼ନ୍ତେ ନିଶ୍ଚଳେ ରହି

ଦୋଷ ସନ୍ନିପାତ ଏ ମହାରୋଗ ।

ଏଥକୁ ଔଷଧ ପଥି ସଂଯୋଗ

ପାଦେ ଦୋଷ ଥିଲେ ପଥିରେ ଯାଇ ।

ବେନି ପାଦରେ ଦଶମୂଳ ଖାଇ

(୨) ଖ ପୋଥି - ଚିକିତ୍ସା

ତିନି ପାଦ ଥିଲେ ଅଳହି ଦେବ

ଚାରିପାଦରେ ରସ ବଡ଼ି ନେବ ।

ଏ ବ୍ୟାଧି ସ୍ୱଭାବେ ଅଟଇ ଟାଣ ।

ଦୋଷ ବୋଲି କି ବୈଦ୍ୟଦାନେ ଜାଣ

ଏହି ବର୍ଣ୍ଣେ ଯେବେ ଦିଶିବ ପାଣି ।

ଶ୍ୱାସରେ କାଶ କରୁଥିବ ଟାଣି

ବାଡ଼ି ନୁହଇ ପେଟ ମୁଣ୍ଠ ଗରୁ ।

କିଅବା ନୋହିଲେ ତୃଷା ହିଁ କରୁ

ଭିତରେ ହାଡ଼ କମ୍ପୁଥାଇ ରୋଷେ ।

ଦିହ ଡାହା ଦିଏ ରାତ୍ର ଦିବସେ

ଏତେ ପ୍ରକାରେ ଯେଉଁ ମଳୁ ହୋଇ ।

ସେ ମଳୁ କେବେ ହେଁ ସାଧ୍ୟ ନୁହଇ

ଏମନ୍ତ ମଳୁକୁ ଶ୍ରୀହରି ସାଖା ।

ଆଉମାନେ କେହି ନୁହନ୍ତି ରକ୍ଷା

ସେ ପ୍ରଭୁ ଚରାଣେ ନିତ୍ୟ ମୋ ଆଶ ।

ବୈଦ୍ୟ ସାହାସ୍ର କଲେ କୃଷ୍ଣ ଦାସ ।

 

ଚନ୍ଦନାଦି ପାଚନ

 

ଛୁତ ପରୀକ୍ଷା ଏହିଠାରେ ଗଲା ।

ପାଞ୍ଚନ ମହିମା କହିବା ଭଲା

ଗର୍ଭିଣୀ ସ୍ତିରୀମାନଙ୍କର ଜ୍ୱର ।

ତହିଁକି ଏମନ୍ତ ଔଷଧ କର

ଦିବ୍ୟ ବଚନ ଏ ଅତି ଉପମ ।

ଏହାକୁ ବୋଲି ଚନ୍ଦନାଦି ନାମ

ମୁଥା ମା୬ଢ଼ ହୋଇବ ଯେତେ ।

ରକତ ଚନ୍ଦନ କରିବା ତେତେ

ପାପଡ଼ା ମା୬ଢ଼ ତହିଁରେ ଭରି ।

ପାଟେଳି ମା୬ଢ଼ ଯତନ କରି ।

କଟୁକୀ ମା୬ଢ଼ ଯତନ କରି ।

ପାଣି ଅଷ୍ଟ ହି ମାଣିକାରେ ଭରି ।

ହାଣ୍ଡିରେ ଭରି ଶିଝାଇବ ନେଇ ।

ପାଣି ରହିବ ମାଣିକାଏ ତହିଁ ।

ମହୁ ପରୀକ୍ଷ ଯେ ଏଥକୁ କର ।

ଗର୍ଭିଣୀ ସ୍ତିରୀର ଛାଡ଼ିବ ଜ୍ୱର ।

ଶଳିଷମା ଜ୍ୱର ବିଧିର ଗୁଣ ।

ତହିଁକି ପାଞ୍ଚନ କହିବା ଶୁଣ

ଯେଉଁ ଦିନ ଅଙ୍ଗେ ଘେନିମ ଜ୍ୱର ।

ସେ ଦିନ ନିଶିରେ ଉପାସ କର

ଆରଦିନ କର ପାଞ୍ଚନ ବିଧି ।

ତହିଁକି ଔଷଧ କହିବା ସିଦ୍ଧି

ଅଙ୍କରାନ୍ତି ବୃକ୍ଷ ଆଣିମ ଯାଇ ।

ଲହ ବ୍ୟାଙ୍କୁଡ଼ି ଯେ ଗୁଳୁଛି ଦେଇ

ଶୁଣ୍ଠି ଇନ୍ଦ୍ରଯବ ଏ ଚିରାଇତା ।

ଦୁର୍ଲଭା ରକତ ଚନ୍ଦନ ଚିତା ।

ପୋଟଳପତ୍ର ମୁଥା ସମତୁଲ ।

ଦ୍ରବ୍ୟ ଯେ ଘେନ ଦୁଇ ଦୁଇ ମାଢ଼

ଅଷ୍ଟାବଶେଷ ଯେ ପାଣିରେ ମାଗି ।

ପିପ୍ପଳୀ ପରୀକ୍ଷେ ଭକ୍ଷିବା ବେଗି

ଆମ୍ବବାତ ପିତ୍ତ ଏ ଶଳିଷମ ।

ବାଡ଼ି ପେଟ ବ୍ୟଥା କାଶ ମଧ୍ୟମ ।

ଛୁତ ପରୀକ୍ଷା ....ଠାରୁ ଗର୍ଭିଣୀସ୍ତିରୀର ଛାଡ଼ିବ ଜ୍ୱର ପର୍ଯ୍ୟନ୍ତ ଖ ପୋଥିରେ ନାହିଁ ।

 

କଣ୍ଟାଧିପାଚନ (କଷ୍ଟାଧି)

 

କଣ୍ଟାଧି ପାଚନ ନାମ ଓଷଧ ।

ତିନି ଦିନ କଲେ ହୁଅଇ ସାଦ୍ଧ

ଏକାନ୍ତ ଶଳିଷମା ଜ୍ୱର କଲେ ।

ତହିଁକି ପାଞ୍ଚନ କହିବା ଭଲେ

ଲହ ବ୍ୟାଙ୍କୁଡ଼ି, ଅଙ୍କରାନ୍ତି ଘେନି ।

ଗୁଳୁଚି, ମୁଥା, ଚିରାଇତା ତିନି ।

ଗୋଖୁରା ସାଳପନ୍ନି ଆଦିମତେ ।

ଶୁଣ୍ଠି କୁରୁବେଲି ମୁଥା ସହିତେ

ଦ୍ରବ୍ୟକେ ଘେନିଣ ପନ୍ଦର ଚିନା ।

ଅଷ୍ଟ ଅବଶେଷ କରିବ କିନା,

ଚିତାଇତା ପାଞ୍ଚନ ଭିଆଣ ଯାହା ।

ମହୁ ପରି ଯେ ପିଆଇବ ତାହା ।

ବାତ ପିତ୍ତ ଜ୍ୱର ଯେ ଅବା ଥାଇ ।

ଏତେକ କଲେ ଯେ ସାନ୍ତ୍ୱନା ପାଇ ।

ଏତେକେ ଯିବ ଶଳିଷମା ବ୍ୟାଧି ।

କେ ହଣସି ମତେ (୧) ନୋହିବାକ ସାଧି

(୧) ଖ ପୋଥି- କେହୁଣି ପ୍ରକାରେ

ପୁଣି ହି ଯେବେ ନ ଛାଡ଼ିବ ଜ୍ୱର ।

ତ୍ରିଫଳା ପାଞ୍ଚନ ଭିଆଣ କର

ନିରନ୍ତରେ ଜ୍ୱର କରଇ ଯେବେ ।

ଏକାନ୍ତ ଶଳିଷମା ବୋଲିବ ତେକେ

ଅନ୍ତର୍ଗତୁ ଜ୍ୱର ଛାଡ଼ଇ ନାହିଁ ।

ଦଣ୍ଡକେ ଦେହ ସ୍ତମ୍ଭୀଭୂତ ହୋଇ

ନିରନ୍ତରେ ଦେହ ଗରୁ ପ୍ରକାଶି ।

ଅଳପ ଶୀତ ଲାଗୁଥାଇ ଆସି

ଅରୁଚି କରି ଦେହ ଜାଳା ଯାଣି ।

ନାସା ଚକ୍ଷୁରୁ ବହୁଥାଇ ପାଣି ।

ବେନି ଚକ୍ଷୁ ତାର ଗଭୀର ଦିଶି ।

ଅଳପ ଭାବେ ଆସୁ ଥାଇ କାଶି ।

ଏତେ ବ୍ୟାଧି ଥାଇ ଯେଣେ ଜ୍ୱର ।

ତାକୁ ବୋଲି ସନ୍ନିପାତ ନିକର

ଏଥକୁ ପାଞ୍ଚନ ଦିଅ ବିଚାରି ।

ପ୍ରଥମ ଦିନ ସେ ଉପାସ କରି ।

ସେ ଦେହ ପୁଣି କରାଇବ ଭେଦ ।

ତହିଁ ଉତାରେଣ ଦେବା ଔଷଧ ।

ପଳାଶ ପତ୍ର ଯେ ତ୍ରିଫଳା ବେନି ।

ବାସଙ୍ଗ ମୂଳ ଗୁଳୁଚିକି ଘେନି

କଟୁକି ବେଗ ଯେ କର ରଞ୍ଚନା ।

ଦ୍ରବ୍ୟ କେ ଘେନିମ ପନ୍ଦରଚିନା

ଅଷ୍ଟ ଅବଶେଷ ପାଣିରେ ଭରି ।

ପିପ୍ପଳୀ ପରୀକ୍ଷ ବିଶେଷ କରି

ଏହି ପ୍ରକାରେ ତିନି ଦିନ କର ।

ତେବେ ସେ ଛାଡ଼ିବ ଶଳିଷମା ଜ୍ୱର

ଦୀନକୃଷ୍ଣ ଦାସ କହୁଛି ଯାହା ।

ସୁବୁଧି ଜନେ ହେତୁ କର ତାହା ।

ଏକାନ୍ତ ଆସୁ ଜ୍ୱର ହୋଏ ଯେବେ ।

ତହିଁକି ପାଞ୍ଚନ କହିବା ଏବେ

 

ଏକାନ୍ତ ଆମ ଜ୍ୱର, ଏକାନ୍ତ ସନ୍ନିପାତ ଜ୍ୱର

 

କଟୁବି ମୃଗାମୂଳ ଆଦି ଘେନି ।

ପଳିତା ପତ୍ର ରକତ ଚନ୍ଦନୀ ।

ଅକାନବିନ୍ଧି ମୂଳ ଆଦି ଭରି ।

ଗୁଳୁଚି ବିହିବ ଯତନ କରି ।

ଆମ ଜ୍ୱରକୁ ଏ ଦିବ୍ୟ ପାଞ୍ଚନ ।

କରସି ଲେଖାଏ ଏ ଦ୍ରବ୍ୟ ଘେନ ।

ଅଷ୍ଟ ଅବଶେଷ କରି ପିଇବ ।

ପିପ୍ପଳୀ ପରୀକ୍ଷ ମଳୁକୁ ଦେବ ।

ତିନିଦିନ ଏହା ପିଇବ ଯେବେ ।

ଆମ୍ବଜ୍ୱର ବ୍ୟାଧି ଖଣ୍ଡିବ ତେବେ ।

ଏକାନ୍ତ ସନ୍ନିପାତ ଜ୍ୱର ଗୁଣ ।

ତହିଁର ମହିମା କହିବା ଶୁଣ ।

ନିରନ୍ତରେ ଜ୍ୱର ଘେନିଣ ଥାଇ ।

ଶୀତ ଲାଗୁଥାଏ ଅଳପ ହୋଇ

କପାଳ ସର୍ବାଙ୍ଗ କରଇ ବ୍ୟଥା ।

ଗଦ ଗଦ କରି କହରି କଥା

କ୍ଷଣ କ୍ଷଣକେ ତୁଣ୍ଡ ଯାଇ ଶୁଖି ।

ରକତ ବର୍ଣ୍ଣ ଦିଶୁଥାଇ ଆଖି ।

ସର୍ବାଙ୍ଗ ବ୍ୟଥା ଘେନି ବେନିକର୍ଣ୍ଣ ମୂଳ ।

ଦେହରୁ ବାହାର ନୁହଇ ଝାଳ ।

କାଶ ଶ୍ୱାସ ସହ ଅରୁଚି ଆଶା ।

ମୁଖରେ କହଇ ବିଭଳ ଭାଷା

ମଳ ମୂତ୍ର ତାର ବଡ଼ କଠିଣ ।

ହେମ ଲାଗୁଥାଇ କର ଚରଣ । (୧)

(୧) ଖ ପୋଥି- ଜିଭ ଶୁଖିଣ ଖଙ୍କାର କଠିଣ ।

ହେବ ଖରା ଲାଗେ କର ଚରଣ ।

ପାଦ ପାଣି ଆଉ ନିବ୍ରତ ନୋହେ ।

ସର୍ବାଙ୍ଗ ମଥା କଟକଟ ହୋଏ ।

ମଳମୂତ୍ର ଝାଳ କିଛି ହିଁ ନାହିଁ ।

କ୍ଷଣ କ୍ଷଣ ଯେ ଝାମଯାଉ ଥାଇ

ପେଟ ମୁଣ୍ଡ ଗରୁ ମନ ବିଭଙ୍ଗ ।

ଅନବରତେ ପୋଡ଼ୁଥାଇ ଅଙ୍ଗ ।

ଅରୁଚି ହିଁ ଯେ ଭୋଜନ ନ କରି ।

ବୁକୁ ବ୍ୟଥା କରି କମ୍ପଇ ଧରି ।

ଏମନ୍ତ ପ୍ରକାରେ କଲେଣ ଜ୍ୱର ।

ତାହାକୁ ବୋଲି ସନ୍ନିପାତ ଜ୍ୱର ।

ସର୍ବାଙ୍ଗେ ଯେବେ ଏ ଲକ୍ଷଣ ଥାଇ ।

କେବେହେ ସେ ବ୍ୟାଧି ସାଧି ନୁହଁଇ ।

ଏତେ ଲକ୍ଷଣ ସାତ ପାଞ୍ଚ ଥିଲେ ।

ସନ୍ନିପାତ ବୋଲି ଯାଣିମ ଭଲେ ।

ଏଥକୁ ଆହୁରି ଉପାସ କରି ।

ଅଦାଗଣ୍ଡୁସ ଦେବା ଗୋଟି ଚାରି ।

ସେ ଦିନ ମଳୁ ସେହିମତେ ଥିବ ।

ନିଶି ପ୍ରଭାତେଣ ଔଷଧ ଦେବ ।

ମନରେ କିଛି ନୋହିବ ବିଭଙ୍ଗ ।

ପାଞ୍ଚନ ବିହିବ ଚତୁର୍ଦଶାଙ୍ଗ ।

ବେଲ ପାଟେଳି ଫଣ ଫଣା ଭରି ।

ଗମ୍ଭାରି ମୂଳ ଏ ପଦାର୍ଥ ଚାରି

ଅଗବଥୁ କୃଷ୍ଣ ପର୍ଣ୍ଣି ସହତେ ।

ସାଳପନ୍ନି ମୂଳ ଆଦି ଯୁଗତେ ।।

ଲହ ବ୍ୟାକୁଳି ଅଙ୍କରାନ୍ତି ଭରି ।

ଗୋଖୁରା ଶୁଣ୍ଠି, ଚିରାଇତା ଚୁରି ।

ଆବର ଗୁଳୁଛି ମୁଥା ହିଁ ଭରି ।

ଚତୁର୍ଦଶାଙ୍ଗ ଏ ପାଞ୍ଚନ କରି ।

ଯେବଣ ପାଞ୍ଚନ କହିଲି କିନା ।

ଦ୍ରବ୍ୟକେ ଘେନିବ ପନ୍ଦର ଚିନା

ଅଷ୍ଟ ଅବଶେଷ କରିବା ଭାବ ।

ପିପୁଳି ପରୀକ୍ଷେ ମଳୁକୁ ଦେବ ।

ଯେମନ୍ତ କଲେ ସାତ ଦିନ ଯାଏ ।

ସନ୍ନିପାତ ଜ୍ୱର ହୁଅଇ କ୍ଷୟେ ।

ତହିଁର ଓଷଧ ବିହିଲି ପୁଣି ।

ଦୀନକୃଷ୍ଣ ଦାସ ଔଷଧ ଭଣି । (୨)

(୨) ଖ ପୋଥି- ସାହାସ୍ର ବିଧି ଏ କହିଲି ଆଣି ।

ଦୀନକୃଷ୍ଣ ଦାସ ଔଷଧ ଭଣି ।

 

ଜୀର୍ଣ୍ଣ ଜ୍ୱରକୁ ପାଞ୍ଚନ

 

ଜୀର୍ଣ୍ଣଜ୍ୱର ଯେବେ କରି ଯାଣ ।

ତହିଁକି ଓଷଧ କହିବା ଶୁଣ

ପୁରୁଣା ଗୁଡ଼ ଦୁଇପଳ କରି ।

ପିପ୍ପଳି ସେରେ ଚୁରିଣ ଭରି ।

ଦୁଇ ଏକତ୍ର କରି ଥୋଇଥିବ ।

ମାଢ଼େ ଲେଖାଏଁ ପ୍ରଭାତେ ଖାଇବ ।

ତହିଁ ଉତାରେଣ ତବତ ପାଣି ।

ଚଇଳେ ପିଇବ (୧) ଗର୍ଭକୁ ଆଣି ।

(୧) ଖ ପୋଥି - କ୍ଷେପିବ

ଗୁଡ଼ାଦି ବୋଲିଣ ଏ ଦିବ୍ୟ ରସ ।

ମନ୍ଦାଗ୍ନି ଜ୍ୱର କରଇ ନାଶ ।

କାଶ ଅରୁଚି ତୃଷା ଆଦି ଥିଲେ ।

ସାନ୍ତ୍ୱନା ପାଇବ ଏତେକ କଲେ ।

ଏ ବ୍ୟାଧି ଗୋଟିକି ଜିଣି ପାରିଲେ ।

ଦୀନକୃଷ୍ଣ ଦାସ ଧନ୍ୟତ୍ରୀ ବୋଲେ ।

 

ଜ୍ୱର ଅତିସାରକୁ

 

ଜ୍ୱର ଅତିସାର ଯେବଣ ରୋଗ ।

ତହିଁକି ବିହିବା ଓଷଧ ଭାଗ ।

ସୁଣ୍ଠି ଇନ୍ଦ୍ରଯବ ଅତୋସି ଘେନି

ମୁଥା, ବେଲଶୁଣ୍ଠି, ଗୁଳୁଚି ତିନି ।

ଅଷ୍ଟାଦି ପାଞ୍ଚନ କହିଲି କିନା ।

ଦ୍ରବ୍ୟ କେ ଘେନିମ ପନ୍ଦର ଚିନା ।

ପାଣି ପାଞ୍ଚ ମାଣ ମାପିବା ସଞ୍ଚ ।

ପରୀକ୍ଷା ଅତୋସି ଏ ଚିନା ପାଞ୍ଚ ।

ଏହି ପ୍ରକାରେ ସପତାଏ କଲେ ।

ଜ୍ୱର ଅତିସାର ଛାଡ଼ଇ ଭଲେ ।(୨)

ଆବର କଥାଏ କହିବା ଶୁଣ ।

ବାତ ଶଳିଷମା ବ୍ୟାଧିର ଗୁଣ ।

ବେଳ ବୁଡ଼େ ଜ୍ୱର ଘେନଇ ଗାଢ଼େ ।

ନିଶି ନ ପାଉଁଶ ତ କାଳେ ଛାଡ଼େ ।

ଝର ଝର ହୋଇ ବହିବ ଝାଳ ।

ସର୍ବାଙ୍ଗ ବଥାଇ ସିର କପାଳ ।

(୨) ଖ ପୋଥିରେ ଅଧିକ- ପଥି କରିବ ଯେ ତପତ ଭାତ ।

ତହିଁକି ବ୍ୟଞ୍ଜନ ପିତା ସଞ୍ଜାତ ।

ବାତ ଶଳିଷମା ଜ୍ୱର ପ୍ରକୁତି ।

ହୃଦୟ ଭାଗ ପୋଡ଼ୁଥାଇ ନିତି ।

ଏମନ୍ତ ବ୍ୟାଧିକି ଓଷଧ କରି ।

ଧଣିଆ ମୁଥା ବେଲ ପତ୍ର ଭରି ।

ଲହବ୍ୟାକୁଡ଼ି ଯେଉଁ ଡାଳମୂଳ ।

ପଳତା ପତ୍ର ଆବର ତ୍ରିଫଳ ।

ମାଢ଼େ ଲେଖାଏଁ ତିନିଠାରୁ ଆଣି ।

ଅଷ୍ଟ ଅବଶେଷ କରିବ ପାଣି ।

ଏ ରୂପେ ପାଞ୍ଚନ କରିବ ଯେହୁ ।

ଏଥକୁ ପରୀକ୍ଷ ପିପ୍ପଳି ମହୁ ।

ଏହି ପ୍ରକାରେ ତିନିଦିନ ଦେବ ।

ଏଥକୁ ଯେମନ୍ତ ପଥି ବିହିବ ।

ଶାଗ ଆମ୍ବିଳ ବିବର୍ଜିତ ଜାଣ ।

ଖସିକିରା ମାଛ କଳା ବାଇଗଣ

ଏହି ପ୍ରକାରେ ତିନିଦିନ କର ।

କହେ କୃଷ୍ଣଦାସ ଖଣ୍ଡିବ ଜ୍ୱର ।

 

ଖ ପୋଥିରେ ଅଧିକ-

ଏକାନ୍ତ ପିତ୍ତଜ୍ୱରକୁ ଔଷଧ

 

ଏକାନ୍ତ ପିତ୍ତଜ୍ୱର ହୁଏ ଯେବେ ।

ତହିଁକି ଔଷଧ କହିବା ଏବେ ।

ଲହ ବ୍ୟାଙ୍କୁଡ଼ି ଯେ ବାସଙ୍ଗମୂଳ ।

ବାଡ଼ିଅଁଳା ଲିମ୍ବପତ୍ରର ଠୁଳ ।

ଦ୍ରବ୍ୟ କେ ବେନି ମାଢ଼ ତୋଳି ଆଣି ।

ଅଷ୍ଟ ଅବଶେଷ କରିବ ପାଣି ।

ଖଣ୍ଡ ମହୁ ତହିଁ ପରୀକ୍ଷ ଦେଇ ।

ଆଦି ପାଞ୍ଚନ ବୋଲି ଏହାକୁ କହି ।

ପିତ୍ତ ଜ୍ୱରକୁ ଏ ଔଷଧ ଦଣ୍ଡେ ।

ଅରୁଚି ତୃଷା ଦୁଇ ଆଦି ଖଣ୍ଡେ ।

ଧନ୍ୟତ୍ରି କହିଲେ ଶୁଣ ହୋ ବୈଦ୍ୟ ।

କୃଷ୍ଣଦାସ କହେ ବ୍ୟାଧି କି ଖେଦ ।

 

ମନ୍ଦାଗ୍ନି ଜ୍ୱରକୁ ହିଙ୍ଗୁଆ ଅଷ୍ଟକ

 

ଆବର କଥାଏ କହିବା ଶୁଣ ।

ହିଙ୍ଗୁଆ ଅଷ୍ଟକ ଔଷଧ ଗୁଣ ।

ଶୁଣ୍ଠି ପିପ୍ପଳୀ ଯେ ସୈନ୍ଧବ ପୁଣି ।

ମରିଚ କଳାଜିରା ୟାକୁ ପୁଣି ।

ଅଯମୁନାହିଙ୍ଗୁ ସଚେ ମାଢ଼ କରି ।

ହିଙ୍ଗୁଆ ଅଷ୍ଟକ ନାମ ଏହାରି ।

ମନ୍ଦ ଅଗ୍ନି ଜ୍ୱର ଆମ୍ବ ଯୁଗତେ ।

ପେଟ ବ୍ୟଥା ପେଟ ଫୁଲା ସହିତେ ।

ଅଜୀର୍ଣ୍ଣ ସହିତେ ନ ରହେ କେହି ।

ହିଙ୍ଗୁଆ ଅଷ୍ଟକ ଏତେ ଖଣ୍ଡଇ ।

 

ଅଷ୍ଟାଙ୍ଗ ଅଳୁହି ନାନା ଜ୍ୱରକୁ

 

ଅଷ୍ଟାଙ୍ଗ ଅଳୁହି ଯେଉଁ ପ୍ରମାଣ ।

ତହିଁର ମହିମା କହିବା ଶୁଣ ।

ଶୁଣ୍ଠି ପିପ୍ପଳୀ ଯେ ମରିଚ କୁଢ଼ ।

କକଡ଼ା ସୁରଙ୍ଗି କାଫଡ଼ ଯଡ଼ ।

ଦୁର୍ଲଭା କଳାଜିରା ଆଦି ଭରି ।

ଏତେ ପଦାର୍ଥ ସମକରି ଚୁରି ।

ମହୁ ପରୀକ୍ଷେ ଅବଲେହ କର ।

ଏହା ଦେଲେ ଖଣ୍ଡେ ନାନାଦି ଜ୍ୱର ।

ଆମ ଶଳିଷମା ଦୁଷର କଥା ।

ହୃଦୟେ ଗରୁ ପେଟ ମୁଣ୍ଡ ବଥା ।

କର୍ଣ୍ଣ ମୂଳିକା ସନ୍ନିପାଚ ଦୁଷ ।

 

ପିତ୍ତ ଅଜୀର୍ଣ୍ଣ ଜ୍ୱର

 

ପିତ୍ତ ଅଜୀର୍ଣ୍ଣ ଜ୍ୱର ଯେବେ ହୋଇ ।

ତହିଁକି ଔଷଧ ଦେବା କହି ।

ଅନ୍ତରେ ଜ୍ୱର ଲାଗୁଥାଇ ଶୀତ ।

ଭୋଜନ ବେଳେ ନ ରୁଚଇ ଭାତ ।

ଯଦିହିଁ ଭୁଞ୍ଜିବ ନୁହଇ ଜୀର୍ଣ୍ଣ ।

ଦିନକୁ ଦିନ ଦେହ ହୋଏ ଖିର୍ନ୍ନ ।

ଗରଜୁ ଥାଇ ଯେହ୍ନେ ଘଡ଼ ଘଡ଼ ।

ଫରଚା ହୋଇ ନ ଛାଡ଼ଇ ବାଡ଼ ।

ବେଳ ବୁଡ଼େ ବ୍ୟାଧି ଘେନଇ ଜ୍ୱର ।

ଏହାକୁ ବୋଲିକି ଅଜୀର୍ଣ୍ଣ ଜ୍ୱର ।

ଏଥକୁ ପାଞ୍ଚନ କହିବା ଜାଣ ।

ପାଚଲା ଲିମ୍ବପତ୍ର ତୋଳିଆଣ ।

ତ୍ରିଫଳା ଧନିଆ ପଳତା ପତ୍ର । ଯୁଗତ ।

ବ୍ୟାଧିର ଉଦ୍‌ଯୋଗେ ଏହା ଦେଖି ।

ପାଞ୍ଚ ମାଢ଼ ଘେନ ଦ୍ରବ୍ୟକେ ଲେଖି ।

ଅଷ୍ଟ ଅବଶେଷ ପାଣିରେ ଭାଗ ।

ପିପ୍ପଳି ପରୀକ୍ଷେ ପିଇବ ବେଗ ।

ସପତାଏ ଏହା ଖାଇବ ଯେବେ ।

ପିତଜୀର୍ଣ୍ଣ ଜ୍ୱର ଖଣ୍ଡିବ ତେବେ ।

 

ପ୍ରତାପ ମାର୍ତ୍ତଣ୍ଡ ରସ

 

ପ୍ରତାପ ମାରତଣ୍ଡ ରସର ଗୁଣ ।

ସୁବୁଧି ସାଧୁ ବଦ୍ୟ ଯନେ ଶୁଣ ।

ଗରଳ ମାଢ଼େକ ଘେନିମ ହେଜି ।

ମହୁରାଦି ମାଢ଼ ତହିଁରେ ବେଗି ।

ଜେପାଳ ଛ ମାଢ଼ ଟାଙ୍ଗଣା ଚାରି ।

ହିଙ୍ଗୁଳ ଆଠମାଢ଼ ତହିଁ ଭରି

ଅଦାରସ କିଛୁ ମିଶାଇଦେବୁ ।

ଜମ୍ବିଳ ରସେ ମର୍ଦ୍ଦନ କରିବୁ ।

ଯମ୍ବିଳ ରସ ନ ପାଇବୁ ଯେବେ ।

ଶୁଣ୍ଠି ପାଣି ଦେଇ ଖଲିବୁ ତେବେ

ଚଣାସମ କରି ବାନ୍ଧିବୁ ବଡ଼ଇ ।

ସିତଳାରେ ସବୁଥିବୁ ସଂଯାଡ଼ି ।

ଏଥିରୁ ମାତ୍ରାଏ ଖାଇଲେ ବଡ଼ି ।

ନାନାଦି ବ୍ୟାଧିମାନ ଯାଇ ଛାଡ଼ି ।

ପଥିହିଁ ସଂଯୋଗ ମନରେ ହେଯ ।

ଶାଗ ଆମ୍ବିଳ ଯେ ଆମିଷ ତେଜ ।

 

ବୈଲୋଚନ ରସ

 

ଆବରକଥାଏ ଶୁଣ ଉପାମ ।

ସୁବୁଧି ସାଧୁ ବଦ୍ୟଜନେ ଶୁଣ ।

ଯେବଣ ପ୍ରକାରେ ହୋଇବ ଭଯ୍ୟ ।

ତାହା କହି ଦେବା ମନରେ ହେଯ ।

ଶୋଧନ ଉଷ୍ମ ଚାରିଭାଗକ ରସି ।

ସୁବର୍ଣ୍ଣ ଭସ୍ମ ଭାଗେ ତହିଁ ମିଶି ।

ଶୋଧନ ଲୁହା ପଳେ ତହିଁମାନ ।

ଟାଙ୍ଗଣା ଭାଗେ ତହିଁକି ଘେନ ।

ଚିରେ ଦୋରୁଅ ଭିଆଇଲେ ଭଲ ।

ନୋହିଲେ ଅରଖ ରସରେ ଖଲ ।

ଶଙ୍ଖ ଚୁର୍ଣ୍ଣ ମାଢ଼େ ଭିତରେ ଲାଇ ।

ଖରାରେ ତାହା ଶୁଖାଇବ ନେଇ ।

ଶୁଖିଲେ ସେ ମୁହଁ ହାଣ୍ଡିରେ ଭର ।

ଗଜପୁଟରେ ତତପର କରେ ।

ହାଣ୍ଡି ମୁହଁରେ ଯେ ପିହାଣ ଭରି ।

ଜାଳ ଦେଉଥିବ ଅଳପ କରି ।

ସମଭାଗେ ଯେବେ ହୋଇବ ପାଗ ।

ତଳରେ ଓହ୍ଲାଇ ଥୋଇବ ବେଗ ।

ବଇଲୋଚନ ଏ ଅପୂର୍ବ ରସ ।

ପିପ୍ପଳି ପରିକ୍ଷ ହରିବ ଦୋଷ । (୧)

(୧) ଖ ପୋଥିରେ ଅଧିକ- ଏ ବଡ଼ି ଦେଇଣ ନୁହ ବିରସ ।

ଏହା କହିଲେ ଦୀନକୃଷ୍ଣ ଦାସ ।

 

ଘୋଡ଼ା ତୁଡ଼ି ରସ

 

ଘୋଡ଼ା ତୁଡ଼ି ରସ କେମନ୍ତ ଗୁଣ ।

ସୁବୁଧି ସାଧୁ ବଦ୍ୟମାନେ ଶୁଣ ।

ରସବିସ ଗନ୍ଧ ଏ ହରିତାଳ ।

ତିକଟୁକ ଟାଙ୍ଗଣା ତ୍ରିଫଳା ଖାର ।

ଭୃଙ୍ଗରାଜ ଦୋରୁଅରେ ବାନ୍ଧିବ ବଡ଼ି ।

ଚଉଷଠୀ ରୋଗ ହରଇ ଘୋଡ଼ାଚୂଡ଼ି

ଗନ୍ଧକ ମହୁରା ପାରୁଆ ରସ ।

ହରିତାଳ ଟାଙ୍ଗଣା, ତ୍ରିଫଳା ତ୍ରିକଟୁକ ପିସ

କନକା ତିନିମାଡ଼ ତହିଁରେ ଭରି ।

ଭୃଙ୍ଗରାଜ ରସରେ ମର୍ଦ୍ଦନ କରି ।

ଚଣା ଗୋଟି ଭାବ ଯେବଣ ମତେ ।

ଏ ବଡ଼ି ବାନ୍ଧିବ ସେହି ଯୁଗତେ ।

ଖରାରେ ନେଇ ଶୁଖାଇବ ଆଣ୍ଟେ ।

ଯତନ କରି ଥୋଇବ କରାଟେ ।

ଯେଉଁ ଲୋକର ମଳମୁତ୍ର ନୋହେ ।

ପେଟ ଫୁଲାଇଣ ଅଜିର୍ଣ୍ଣ ହୋଏ ।

ଅଦାରସେ ତାକୁ ଦେବ ଏ ବଡ଼ି ।

ଭେଦ ହୋଇବ ଯେ ପ୍ରକୃତ ଛାଡ଼ି

ଅଳ୍ପ ପଥି ତାକୁ ନ ଦେବ ଆଉ ।

ଖଇ, ଚୂଡ଼ା, ଚାଇଳ କରିବ ଯାଉ

ଯେଉଁ ଲୋକ ପେଟରେ ପିଳୋହି ଥାଇ ।

ଗୋମୂତ୍ରେ ତାହାକୁ ଏ ବଡ଼ି ଦେଇ ।

ଚିନିଗୁଡ଼ ତହିଁ ପରୀଷ ଦେବ ।

ଗୁଆ ପ୍ରମାଣେ ବଡ଼ି ବାନ୍ଧିଥିବ ।

ଚଉଦ ଦିବସ ଖାଇବ ଯେବେ ।

ପିଳୋହି ବ୍ୟାଧି ଭଲ ହୋଇବ ତେବେ ।

ଏଥକୁ ପଥି ତବତ ଭାତ ।

ବେଞ୍ଜନ କରିବ ପିତା ସଂଯାତ ।

ଅଳପ ଜ୍ୱରକୁ ଶୁଣ୍ଠିରେ ଦେଇ ।

ଯେତେବେଳେ ଦେହ ଶଉଚ ହୋଇ ।

ବଡ଼ି ଭଣରେ କହିବା ବାରଣ ।

ପଥି କରିବ ଧନିଆ ପାଞ୍ଚନ ।

ବାତଜ୍ୱର ଯେବେ ମୁଣ୍ଡରେ ଥାଇ ।

ତୁଣ୍ଡରେ ପାଣି ଯେ ବହୁତ ଥାଇ

ତେମନ୍ତ ମୁଳୁକୁ ଏହି ବଟିକା ।

ତପତ ପାଣିରେ ଖଲିବ ଏକା

ପିପ୍ପଳି ପାଞ୍ଚ ଚିନା ତହିଁରେ ଭରି ।

ପାଞ୍ଚନ ବିହିବ ଯତନ କରି ।

ତହିଁକି ପଥି କହିବାକେ ବୋଧ ।

ତପତ ଭାତକୁ ତପତ ଦୁଧ ।

ଶାଗ ଆମ୍ବିଳ ବିବର୍ଜିତ ବିଧି ।

ଏତେ ବାତ ଜ୍ୱର ହୋଇବ ସାଧି ।

ଯେବଣ ଲୋକର ବଥାଇ ପେଟ ।

ଆମ୍ବ ଗୁଳୁମ ଯେ ନାନା ଉତ୍‌କଟ ।

ଏଥିର ସଙ୍ଗତେ ମରିଚ ଫଳି ।

ତପତ ପାଣି ମନ୍ଦାକରେ ଗୋଳି ।

ଦଶ ଦିନ ଯେବେ ଖାଇବ ବଡ଼ି ।

ଆମ୍ବ ଗୁଳୁମ ବ୍ୟାଧି ଯିବ ଛାଡ଼ି ।

ଏକାନ୍ତରେ ଯେବେ ପେଟ ବଥାଇ ।

ମରିତ ସଙ୍ଗତେ ଏ ରସ ଖାଇ

ମନ୍ଦ ଅଗ୍ନିଂ ଜ୍ୱର କରଇ ଯାକୁ ।

ପାନ ସଙ୍ଗତେ ଖୁଆଇବ ତାକୁ

ଯେଉଁ ଲୋକକୁ କରୁଥାଇ କାଶ ।

ତାହାକୁ ଏବଣ ବିହିବ ରସ

କେସରଦା ଗଛ ପତର ଆଣି ।

ମରିଚ ସାତ ଗୋଟା ଦେବ ଗଣି,

ବଡ଼ି ମାତରାଏ ତହିଁରେ ଭରି ।

ଚୋବାଇ ଖାଇବ ଯତନ କରି ।

ନିରାମିଷ ପଥି ତବତ ଭାତ ।

ଯେଉଁବାଗେ ବ୍ୟାଧି ହୋଇବ ହତ ।

ଆମ୍ବ ବାତ ବ୍ୟାଧି ଯାହାକୁ ଯଡ଼ି ।

ବେଗୁନିଆ ରସେ ଦେବ ଏ ବଡ଼ି ।

ପେଟଫୁଲାକୁ ପିପ୍ପଳିରେ ଦେବ ।

ମରିଚ ସାତଗୋଟା ତହିଁ ଥିବ ।

ଶୁଣ୍ଠି ଚିନାକେ ମାତର ଏ ରସ ।

ଯେଉଁ ରୂପେ ବ୍ୟାଧି ହୋଇବ ନାଶ ।

ଧନିଆ ଭରିଣ ପରୀକ୍ଷ ଶୁଣ୍ଠି ।

ପଥି କିସ ଯୋଗ ଏମନ୍ତ ସେଟି ।

ଘୋଡ଼ା ଚୋଡ଼ୀ ରସ ଏମନ୍ତ ଗୁଣ ।

କୃଷ୍ଣଦାସ କହେ ସୁଜନେ ଶୁଣ ।

 

ଚନ୍ଦ୍ର ଉଦେ ଅଞ୍ଜନ

 

ଶୁଣ ସୁବୁଧି ସାଧୁ ବଦ୍ୟଜନ ।

ଚକ୍ଷୁକୁ ଅଞ୍ଜନ କହିବା ଶୁଣ ।

ହରିତକ ମଞ୍ଜି ମାଢ଼େ ନିର୍ମାଣ ।

ବାହାଡ଼ା ମଞ୍ଜି ସମ ମାଢ଼େ ଆଣି

ମଣିସିଳରୁ ମାଢ଼େ ତହିଁ ଭରି ।

ତିନି ଓଷଧ ସମଭାଗ କରି ।

ଶିଳରେ ଚୁରି ଛାଣି (୧) କରି ଥୋଇ ।

ଛାଗଳ ଦୁଧରେ ଖଲିବ ନେଇ

(୧) ଖ ପୋଥି- ସମ

ଖରାରେ ଶୁଖାଇ ବାନ୍ଧିବ ବଡ଼ି ।

ଯେଉଁ ଚକ୍ଷୁର ପ୍ରଳ ଥିବ ପଡ଼ି

ମହୁ ପରୀକ୍ଷେ ଯେ ଏ ବଡ଼ି ଖଲ

ଲୋଚନେ ରଞ୍ଜିଲେ ହୋଇବ ଭଲ ।

ଲେଞ୍ଜରା ଚକ୍ଷୁ ହୋଇଥିବ ଯାର ।

ପାଣିରେ ଖଲିବ ଏ ବଡ଼ି ସର

କଜ୍ଜ୍ୱଳ ପ୍ରାୟେ କରି ଯେବେ ଘେନି ।

ନିର୍ମଳ ହେଇବ ଲୋଚନ ବେନି

ଚନ୍ଦ୍ର ଉଦେ ବଡ଼ିଏ ଦିବ୍ୟ ଏ ରସ ।

ଓଷଧ ଭଣେ ଦୀନକୃଷ୍ଣ ଦାସ ।

 

ତେର ସନ୍ନିପାତକୁ

 

ସୁବୁଧି ସାଧୁ ବଦ୍ୟମାନେ ଶୁଣ ।

ତେର ସନ୍ନିପାତ କହିବା ଗୁଣ

ଅନ୍ତିକା ଦନ୍ତିକା କଣ୍ଠ କୁବୁଜ ।

ଜିଭ୍ୟା କର୍ଣ୍ଣମୂଳ ସହିତେ ହେଜ ।

ଗୁରୁତେଜ ଦାରାକ୍ଷ ସନ୍ଧିକ ନାମ ।

ସିତାଙ୍ଗ ସନ୍ନିପାତ ଚିତ୍ତଭ୍ରମ ।

ଭଗ୍ନନେତ୍ର ଅଭିମାନକୁ ଭରି ।

ପ୍ରଳାପ କରନ୍ତି ତିଷ୍ଟା ଆଦି କରି ।

କୁମ୍ଭିଣା (୨) ସନ୍ନିପାତ ତହିଁକି ଲାଗ ।

ଏତେ ସନ୍ନିପାତ ଦେହକୁ ରୋଗ ।

ଏଥି ଭିତରେ ଅଛି ଭଲ ମନ୍ଦ ।

ଶୁଣ ବଦ୍ୟଜନେ ଫେଡ଼ିବା ଧନ୍ଦ ।

ଅନ୍ତିକା ଦନ୍ତିକା ଭ୍ରମଣି ଚିତ ।

ସାଧ୍ୟ ନୁହନ୍ତି ଏତେ ସନ୍ନିପାତ ।

କଣ୍ଠ କୁବୁଜ ସନ୍ନିପାତ ଯେହୁ ।

ଅତି କଷ୍ଟରେ ସାଧ୍ୟ ହୋଇ ସେହୁ ।

(୨) ଖ ପୋଥି - କୁମ୍ଭନି

ଗୁରୁଦାହି ସନ୍ନିପାତକୁ ଡରି ।

ଏ ବ୍ୟାଧି କଲେ ମଳୁ ଯାଇ ମରି ।

ଅଙ୍ଗକଷଣ ମତିଭ୍ରମ ହୋଏ ।

ମୁଖ ଦିଶଇ ହଳଦିଆ ମୟେ ।

ନାସାରେ ପବନ ବହଇ ହେଳୁ ।

ଅବଶ୍ୟ ମରଇ ଏମନ୍ତ ମଳୁ ।

ହରିବିନ୍ଧା କାମି ସମତୁଳ ଧରି ।

ନାଗବହନୀ ଦେଇ ଯାର କରି

ଦଶଗୁଣେ ଲାଞ୍ଜ ବୁଲାଇ ଯେବେ ।

ସିଦ୍ଧରସମ୍ପୁଡ଼ କହିଲେ ତେବେ ।

ଘୃତ ମହୁ ସାକର ସଙ୍ଗତେ ରଞ୍ଜି ।

ସୋରିଷ ପ୍ରମାଣେ ଅଦାରସେ ଭୁଞ୍ଜି

ମୂତ୍ର ଜାଣି ଯେବେ ଧାନେକ ଦେସି ।

ମଲାର ଜୀବନ ତେବେ ନେଉଟି ଆସି ।

 

ରସରାଜରସ

 

ଏ ରସ କଥା ଏ ପ୍ରତି ବିଧାନ ।

କହିବା ଶୁଣ ବିଦ୍ୱଜନମାନ ।

ରସ ମହୁରା ଦୁଇମାଢ଼େ ଭରି ।

କାସିମିରା ଗନ୍ଧେକ ମାଢ଼େକ କରି ।

ନାଗ ଯେ ତମ୍ବା ତହୁଁ ମାଢ଼େ ଭର ।

ଚିତାମୂଳରୁ ମା୧ଢ଼େକ ଭର ।

ଲାଙ୍ଗୁଡ଼ ଯେତେ ଜନ୍ତୁଙ୍କର ଥାଇ ।

ତାହାଙ୍କ ପିତରୁ ମାଢ଼େକ ଲାଇ ।

ଘୃତ ଯେ ଘିଅ ତହୁଁ ମାଢ଼େ କର ।

ମହୁରା ମାଢ଼େକ ତହିଁରେ ଭର ।

ସବୁପଦାର୍ଥ ସମଭାଗ କରି ।

ମହୁରା ମାଢ଼େକ ତହିଁରେ ଭର ।

ଫେଡ଼ି କହୁଅଛି ଔଷଧ ଧନ୍ଦି ।

ଏ ରସ ସୋରିଷ ସମାନେ ବାନ୍ଧି ।

ବାନ୍ଧିବ ଅଦାରସ ଘେନି ବଡ଼ି ।

ସନ୍ନିପାତ ଯିବ ଦେହରୁ ଛାଡ଼ି ।

ବଳିଆର ଯେବେ ଦେଖିବ ରୋଗ ।

ଧାନେ ପ୍ରକାଣେ ସେ କରିବ ଯୋଗ ।

ଏ ବଡ଼ି ନାମ ରସରାଜ ହୋଇ ।

ସ୍ୱର୍ଗରୁ ଅଶ୍ୱିନୀ କୁମାର କହି ।

(୧) ଖ ପୋଥିରେ ଚିନ୍ତାମଣି ରସ ନାହିଁ ।

 

ଚିନ୍ତାମଣି ରସ (୧)

 

ଏଥୁ ଉତାରେଣ କହିବା ଯିସ ।

ଚିନ୍ତାମଣି ନାମ ଏ ବଡ଼ଇ ରସ

ରସ ଗନ୍ଧକ ଅଭ୍ର ହରିତାଳ ।

ସାଚି ସଉଚ ଯେ ଟାଙ୍ଗଣା ଖାର ।

ପାଞ୍ଚରସ ଦେଇ ଆମ୍ବିଳ ଭର ।

ସକଳ ବ୍ୟାଧି ଚିନ୍ତାମଣି ହର ।

କାଶଶ୍ୱାସ ଆସି ସକଳ ଯାଇ ।

ମଳୁ ନ ଯାଣଇ କେମନ୍ତେ ଖାଇ ।

ଅରୁଚି ରାଚଇ ଭୋଜନେ ସୁଖ ।

ଦୋଷ ସନ୍ନିପାତ ହରଇ ଦୁଃଖ ।

ଚକ୍ଷୁ ମୁଖ ରୋଗ ନାକ ଆର ଯିସ ।

ମୂଳକୁ ହରଇ ଏ ଦିବ୍ୟ ରସ ।

ଏ ରସ ଯେଉଁ ଭାଗେ ବନ୍ଧା ହୋଇ ।

ତହିଁକି ଔଷଧ ଦେବାକ କହି ।

ରସ ମହୁରା ଯେ ଗନ୍ଧକ ତିନି ।

ହରିତାଳ ରସ ତୃଣକୁ ଘେନି ।

ସଉଚଳ ଟାଙ୍ଗଣା ଓ ବିଟଲୁଣ ।

ଭୋଟ ସାବଳୀ ଯେ ସକଳ ପୁଣ ।

ଲୁଣରେ ହୋଇବ ଏ ଚାରିପଦ ।

ମାଢ଼େ ମାଢ଼େ ଘେନ ସବୁ ଔଷଧ ।

ଜମ୍ବିଳ ରସରେ ମର୍ଦ୍ଦନ କରି ।

ଏ ବଡ଼ି ବାନ୍ଧିବ ଯେସନେ ବିରି ।

କାଶ, ଶ୍ୱାସ ଆଦି ସକଳ ନାଶେ ।

ଅଗ୍ନିଜାତ ହୋଇ କ୍ଷୁଧା ହିଁ ବସେ ।

ବାସଙ୍ଗ ବକଳ ବାଟିଣ ଭରି ।

ଏ ବଡ଼ି ନେବ ଅନୁପାନ କରି ।

 

Unknown

ଅନନ୍ତ ସମୁଦ୍ର ରସ

 

ଆବର ଔଷଧ ଶୁଣ ଉପାମ ।

ଅନନ୍ତ ସମୁଦ୍ର ରସ ନାମ ।

ରସରୁ ଭାଗେ ଗନ୍ଧକରୁ ଭାଗେ ।

ହରିତାଳ ଭାଗେ ତହିଁରେ ଲାଗେ ।(୧)

ହେଙ୍ଗୁଳ ମଣି ସିଳସମ କରି ।

ତୁତିଆ ମିଶା ଖପରକୁ ଭରି ।

ବଙ୍ଗ ଭସ୍ମ ଲୋହ ଭସ୍ମ ଆବର ।

ରୂପା ଭସ୍ମ ମୂଳେ ରସ ସିନ୍ଦୂର ।

(୧) ଖ ପୋଥି- ରସରୁ ଭାଗେ ହରିତାଳ ଭାଗେ ।

ହିଙ୍ଗୁଳ ମଣିଶିଳ ଭାଗେ ଭାଗେ

ତୁତିଆ ମିଶା ଖପରକୁ ଭରି ।

ଏତେ ଔଷଧ ସମକଛ କରି ।

ଟାଙ୍ଗଣା ଭାଗେ ଶିଳାଜତୁ ଦୁଇ ।

ସୁବର୍ଣ୍ଣ ଭସ୍ମରୁ ଭାଗେକ ଲାଇ ।

ରସାଞ୍ଜନ ତହିଁ ଭିତରେ ଭର ।

ଏତେ ଦ୍ରବ୍ୟରୁ ଭାଗେ ଭାଗେ କର ।

ଦାରୁ ବାରଭାଗ ପ୍ରବାଳ ଷୋଳ ।

ଆଠଭାଗ ତହିଁ ମହୁରା ଗୋଳ

ମାଛପତି ଭାଗେ ମିଶାଅ ଏକ ।

ମଗର ପିତ୍ତରୁ ଭାଗେକ ଭର ।(୨)

(୨) ଖ ପୋଥି - ମଇଁଷି ପିତ୍ତରୁ ଭାଗେ ଚହିଁକି ।

ମୟୂର ପିତ୍ତରୁ ଭାଗେକ ଲେଖି ।

କୁମ୍ଭୀର ପିତ୍ତ ବୋଦାପିତ୍ତ ବେନି ।

ଏତେ ପିତ୍ତରୁ ଭାଗେ ଭାଗେ ଘେନି ।

କୁମ୍ଭାଟୁଆ ପିତ ବୋଦା ପିତ ବେନି ।

ନାନା ପିତରୁ ଭାଗେ ଘେନି ।

ଏହାସବୁ ଏକ କରି ଘାଣ୍ଟିବ ।

ପଞ୍ଚୁକୁଳ ପାଣି ତହିଁ ବାଟିବ ।

କୃଷ୍ଣ ତୁଳସୀରୁ ଦୋରୁଅ ଆଣିବ ।

ଚିରାଇତା ଦୋରୁଅ ଖଲିବ ପୁଣି ।

ପାନ ରସ ଅଦାରସ ପ୍ରକାରେ

ପୁଣି ଖଲିବ ବେଗୁନିଆ ଦୋରୁଅରେ ।

ଲହ ଲାଙ୍ଗୁଳିଆ ଦୋରୁଅ ଆଣି ।

ତହିଁରେ ପହରେ ଖଲିବ ପୁଣି ।

ଏଥକୁ ସଂଶୟେ ଫେଡ଼ିବା ଧନ୍ଦି ।

ସୋରିଷ ପ୍ରମାଣେ ଏ ବଡ଼ି ବାନ୍ଧି

ବ୍ୟାଧି ଅନୁକର୍ମେ ମଳୁକୁ ଦେବ ।

ବୁଝିମଣି ସ୍ୱାନ୍ତି କରୁଣ ଥିବ ।

ଅନନ୍ତ ସମୁଦ୍ର ଏ ନାମ ରସ ।

ସକଳ ବ୍ୟାଧିକି କରଇ ନାଶ

ବିଚିତ୍ରବାଡ଼ି ହୋଇଥିବ ଯାକୁ ।

ପଇଡ଼ ପାଣିରେ ଦେବ ତାହାକୁ ।

ପଇଡ଼ ପାଣି ନ ମିଳିବ ଯେବେ ।

ଥିରି ତୋଡ଼ାଣିରେ ଦେବାକ ତେବେ ।

ପିତ ଶଳିଷମା ଯା ଦେହେ ଥିବ ।

ମହୁ ପିପ୍ପଳୀରେ ଏ ରସ ଦେବ ।

ବାତ ଶଳିଷମା ଯହିଁ ପ୍ରକାଶ ।

ଲବଙ୍ଗରେ ଦେବ ଏ ଦିବ୍ୟ ରସ ।

ପୋଖତିକୁ ଅଦାରସରେ ଦେଇ ।

ନୋହିଲେଣ ଚିତାମୂଳରେ ଖାଇ

ନୋହିଲେ ବେଗୁନିଆ ଦୋରୁଅରେ ।

ବ୍ୟାଧି ଛାଡ଼ିଯିବ ଏତେ ପ୍ରକାରେ

ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ପ୍ରମାଣେ ।

ଦୀନକୃଷ୍ଣ ଦାସ ଓଷଧ ଭଣେ ।

 

ତାରେକ ରସ

 

ତାରେକ ରସ ଯେଉଁ ଭାବେ ହୋଇ ।

ତହିଁକି ଓଷଧ ଦେଉଛି କହି

ଗନ୍ଧକ ମଣିସିଳ ପାରା ରସ ।

ତୁତିଆ ମହୁରା ଟାଙ୍ଗଣା ଯିସ

ଅଭର ଭସ୍ମ ଲୋହ ଭସ୍ମ ଦୁଇ ।

ରସ ସିନ୍ଦୂର ଯେ ମାଢ଼େକ ହୋଇ

ଦାରୁ ତିନିମାଢ଼ ଗରଳ ଚାରି ।

ରୋହି ପିତ ମାଢ଼େ ତହିଁରେ ଭରି ।

ଯେତେକ ଓଷଧ କହିଲେ ବର୍ଣ୍ଣ ।

ସବୁଠାରୁ ମାଢ଼େ ମାଢ଼େକ ଘେନ

ମଇଁଷି ପିତରେ ଖଳିବ ବାଡ଼ି ।

ଅଦାରସ ଦେଇ ବାନ୍ଧିବ ବଡ଼ି ।

ନୋହିଲେ ଚିତାକୂଳ ଦୋରୁଅରେ ।

ବଡ଼ ଜିରା ଯେହ୍ନେ ସେହି ପ୍ରକାରେ ।

ଚକ୍ଷୁ ରୋଗକୁ ତ୍ରିକୂଟରେ ଦେଉ ।

ହିଞ୍ଜଳ ରସରେ ପୋଖତୀ ଖାଉ ।

ବାତ ଶଳିଷମା ଯହିଁ ପ୍ରକାଶ ।

ଲବଙ୍ଗରେ ଦେବ ଏ ଦିବ୍ୟ ରସ ।

ଜଳା ସନ୍ନିପାତ ଯାହାକୁ ହୋଇ ।

ଚତ୍ୱ ଯାତକରେ ଏ ବଡ଼ି ଦେଇ ।

ପିତ ଦୋଷକୁ ମହୁ ଘେନି ଖାଇ ।

ବାଡ଼ି ଲୋକକୁ ତୋଡ଼ାଣିରେ ଦେଉ

ପୋଖତୀ କି କାଞ୍ଜି ପାଣିରେ ଭରି ।

ତାରେକ ରସ ଏତେ ବ୍ୟାଧି ହରି ।

 

ପ୍ରତାପ ଲଙ୍କେଶ୍ୱର ରସ

 

ପ୍ରତାପ ଲଙ୍କେଶ୍ୱର ଯେଉଁ ଭାବେ ।

ତହିଁର ମହିମା କହିବା ଏବେ ।

ପାରୁଅରସୁର ଷଡ଼ ଭାଗ କରି ।

ସର୍ପ ଗରଳ ଦୁଇ ଭାଗ କରି ।

ମହୁରା ଛଡ଼ ଭାଗ ହୋଇବ ଯେତେ ।

ଗନ୍ଧକ ତହିଁରେ ଭରିବ ତେତେ

ମଣିସିଳରୁ ଦୁଇଭାଗ ଭରି ।

ହରିତାଳ ତହିଁ ଦ୍ୱିଭାଗ କରି ।

ଟାଙ୍ଗଣା ବେନି ତମ୍ବାଭସ୍ମ ତିନି ।

ମଗର ପିତ ଦୁଇଭାଗ ଘେନି ।

ମାଛ ପିତ ଦ୍ୱି ଭାଗ କର ।

ମଇଁଷି ପିତ ଦୁଇଭାଗ ଭର ।

ବୋଦା ପିତରୁ ଦୁଇଭାଗ କରି ।

ସମଭାଗ କରି ବାନ୍ଧିବ ବଡ଼ି ।

ଏଥକୁ ଫେଡ଼ିଣ କହିବା ଧନ୍ଧ ।

ଚିରାଇତା ରସେ ଏ ବଡ଼ି ବାନ୍ଧ ।

ଚିରାଇତା ରସ ନ ପାଇବା ଯେବେ ।

ଅଦାରସ ଦେଇ ବାନ୍ଧିବ ତେବେ ।

ଆବର କଥାଏ କହିବା ଯାହା ।

ଗୁଞ୍ଜ ପ୍ରମାଣେ ବାନ୍ଧିଥିବ ତାହା ।

ଗୋଟିଏ ବିହିବ ଯେଉଁ ମଳୁକୁ

ପାଞ୍ଚ ପଇଡ଼ ପିଆଇବ ତାକୁ । (୧)

ଗଉତମ ୠଷି ବଚନ ଏହି ।

ଏଥକୁ ଅପ୍ରତେ ନ କର କେହି ।

ଶ୍ରୀ ଜଗନ୍ନାଥଙ୍କ ପଦ୍ମ ଚରଣ ।

ଦୀନକୃଷ୍ଣ ଦାସ ପଶେ ଶରଣ ।

(୧) ଖ ପୋଥିରେ ଅଧିକ : ପରୀକ୍ଷ କରିବ ନବାତ ପଣା ।

ବଇଦ ହୋଇଣ ନୋହିବ ବଣା ।

 

କଫକେତୁ ରସ

 

କଫକେତୁ ରସ ଯେଉଁ ବିଧାନେ ।

ତାହା କହିଦେବା ଶୁଣ ସୁଜନେ

ରସ ମାଢ଼େକ ଯେ ଗନ୍ଧକ ଦୁଇ ।

ମରିଚ ମାଢ଼େ ଯେ ଲବଙ୍ଗ ଲାଇ

କନକା ଚାରିମାଢ଼ ତହିଁରେ ଭର ।

ଜମ୍ବିଳ ରସରେ ମର୍ଦ୍ଦନ କର

ଫେଡ଼ି କହୁଅଛି ଔଷଧ ସନ୍ଧି ।

ଗୁଞ୍ଜ ପ୍ରମାଣରେ ଏ ବଡ଼ି ବାନ୍ଧି (୧)

(୧) ଖ ପୋଥିରେ ଅଧିକ- କଫ ଶଳିଷମା ଯା ଦେହେ ଥାଇ ।

ବାସଙ୍ଗ ରସରେ ଏ ବଡ଼ି ଦେଇ ।

ପିତ୍ତ ଶଳିଷମା ଯହିଁ ପ୍ରକାଶ ।

ଲବଙ୍ଗ ଘେନି ଖାଉ ଏ ରସ ।

ବାଳୁତ ପୁଅକୁ କଲେଟି ଜ୍ୱର ।

ଏ ବଡ଼ି ଦେବ ଅକ୍ରାନ୍ତି ଦୋରୁଅର ।

କଫ କେତୁ ରସ ଏତେକ ଗୁଣ ।

ସୁବୁଧି ସାଧୁବଦ୍ୟ ଜନେ ଶୁଣ ।

 

 

ମହରା ଅଷ୍ଟକ

 

ମହୁରା ଅଷ୍ଟକ ଏ ମଣିସିଳ ।

କକଡ଼ା ଶୃଙ୍ଗୀକୁଢ଼ ଘେନି ମନେ ବିଚାର

ଏତେ ପଦାର୍ଥ ଘେନି ଶୁଖାଇ ଚୁର ।

କନାରେ ଛାଣି ମାଲପାରେ ଭର ।

ଖଲିବୁ ସୋରିଷ ମାଲପା ଘେନି ।

ଖରାରେ ଦେବୁ ଦିନା ଦୁଇତିନି ।

ଦେହରେ ଏହାଯେ ଲୋପନ କର ।

ଚମଦଳା ଯାଦୁ ବିହିଞ୍ଚି ଦୂର ।

 

ଦୁର୍ଗା ଅଭ୍ରରସ ଧାତୁକାଦି ଚୂର୍ଣ୍ଣ

 

ଶୁଣ ସୁବୁଧି ସାଧୁ ବଦ୍ୟଜନ ।

ଏବେ କହିବା ଧାତୁକାଦି ଚୂର୍ଣ୍ଣ

ଧାତୁକୀ ଫଳ ଯେ ଅତୋସି ବେନି ।

ମୁଥା ବେଲସୁଣ୍ଠା ଧନିଆ ତିନି ।

ଶୁଣି ବଡ଼ ଜିରା ଯିଅଳା ଭରି ।

କଳାଜିରା ସଯଳ ସହି କରି

ଖଇର ଇନ୍ଦ୍ରଯିବ ସୁପିପ୍ପଳ ।

ଅକାନବିନ୍ଧି ଯେ ମାଢ଼େକ ମୂଳ ।

ସଇନ୍ଧବ କୁରୁବେଲି ମୋଚରସ ।

ଲୋଧ ଯାଈଫଳ ଲବଙ୍ଗ ଯିସ

ସବୁ ଔଷଧ ମାଢ଼େ ମାଢ଼େ କରି ।

ଖରାରେ ଶୁଖାଇ ଶିଳରେ ଚୁରି ।

ଏଥକୁ ଅନୁପାନ ଦେବା କହି ।

ମଳୁକୁ ଏହା ଛେଳିଦୁଧରେ ଦେଇ ।

ଭଣ୍ଡାରସ ପାଣିରେ ଖାଇଲେ ଖାଉ ।

ନୋହିଲେ ମୁସାକାନି ଦୋରୁଅରେ ଦେଉ

ଏତେକେ ହଗା ଅତିସାର ଯାଇ ।

ରକତ ବାଡ଼ି ଆଦି ଭଲ ହୋଇ ।

 

ବାଳେକ ଚତୁର୍ଥୀ

 

ଆରେକ ଔଷଧ କହିବା ଏବେ ।

ବାଳେକ ଚତୁର୍ଥୀ ଯେବଣ ଭାବେ ।

ଯାଈଫଳ ମାଢ଼େ ଅତୋସି ବେନି ।

ମୁଥା ଟାଙ୍ଗଣା ଇନ୍ଦ୍ରଯବ ଘେନି

କକଡ଼ା ଶୃଙ୍ଗୀ ଅଗର ଖଇର ।

ଏ ସାତମାଢ଼ ଏକ କରି ଚୁର

ବାଳୁତ ପୁଅକୁ ମହୁରେ ଦେଇ ।

ଏତେକେ ଅତିସାର ଭଲ ହୋଇ ।

 

କଣ୍ଡୁରୋଗକୁ ଔଷଧ

 

କଣ୍ଡୁରୋଗ ହୋଏ ଯେମନ୍ତେ ସାଧ୍ୟ ।

ତହିଁକି କହିବା ଦିବ୍ୟ ଓଷଧ ।

ମଣିସିଳ ମାଢ଼େ ଗନ୍ଧକ ବେନି ।

କୁଢ଼ କଳାଜିରା ଜିରାକୁ ଘେନି ।

ଖରାଇ ଶୁଖାଇ ଶିଳରେ ଚୂର ।

ସୋରିଷ ମାଲପା ତହିଁରେ ଭର

ଅଷ୍ଟାଙ୍ଗ ସ୍ୱରୀରେ ଲଗାଇ ଦେଇ ।

କାଛୁ କଣ୍ଡୁ ରୋଗ ଏତେକେ ଯାଇ

 

ଅଗ୍ନିମୁଖା ଚୂର୍ଣ୍ଣ

 

ଅଗ୍ନିମୁଖା ଚୂର୍ଣ୍ଣ ଯେଉଁ ଓଷଧ ।

ତାହା କହିଦେବା ଶୁଣରେ ବଦ୍ୟ

ଶୁଣ୍ଠି ପିପ୍ପଳି ଯେ ବିଡ଼ଙ୍ଗ ତିନି ।

କରଞ୍ଜ ମୂଳ ପାଞ୍ଚମାଢ଼ ଘେନି ।

ଅଭୟା ପାଞ୍ଚମାଢ଼ ତହିଁରେ ଭରି ।

ପାଞ୍ଚ ପାଞ୍ଚ ମାଢ଼ ସବୁହିଁ କରି ।

ଖରାରେ ଶୁଖାଇ ଶିଳରେ ଚୁର ।

ଏଥକୁ ଏବେ ଅନୁପାନ କର ।

ସାକରେ ଖାଉ କି ମହୁରେ ଖାଉ ।

ଆମ୍ବବାତ ପିତ ନ ଥିବ ଆଉ ।

ଅଜୀର୍ଣ୍ଣ ମନ୍ଦ ଅଗ୍ନି ଶ୍ୱାସ କାଶ ।

ଅରୁଚି ସ୍ଥୁଳ ଶୋଥ ଯାଇ ନାଶ

ଏତେକେ ବ୍ୟାଧି ଏଣେ କ୍ଷଏ ଯାଇ ।

ଅଗ୍ନିମୁଖା ଚୂର୍ଣ୍ଣ ଏହାକୁ କହି ।

 

କଟିଶୂଳକୁ ଓଷଧ

 

କଟିଶୂଳ ବ୍ୟାଧି ଯେବଣ ଗୁଣ ।

ତହିଁକି ଓଷଧ କହିବା ଶୁଣ ।

ଚିତ୍ରାମୂଳ ତ୍ରିଫଳା ବିଡ଼ଙ୍ଗ ।

ଦାରୁ ହଳଦୀ ଦେବଦାରୁ ସଙ୍ଗ ।

ସରଳ ପୁରୁଣି ଶୁଣ୍ଠି ଉପାମ ।

କଟୁକୀ ରୋହିଣୀ ମଞ୍ଜୁ ଭୂଇଁ ଲିମ୍ବ ।

ଭାଲିଆ ଦଶ ଚିନା ତହିଁରେ ଭରି ।

ଏତେ ଦ୍ରବ୍ୟରୁ ମାଢ଼େକ କରି

ଆହୁରି ଏଥକୁ କର ଓଷଧ ।

ଜୁଆଣି ପାଞ୍ଚମାଢ଼ ତହିଁରେ ସନ୍ଧ ।

ହେଙ୍ଗୁଳ ଚାରିମାଢ଼ ସଇନ୍ଧବ ଚାରି ।

ଶୁରାଖାର ଯବଖାର କୁ ଭରି ।

ବେତମୂଳ ବଚସଉଚ ଗାଢ଼ ।

ସାତଦ୍ରବ୍ୟରୁ ଚାରି ଚାରି ମାଢ଼ ।

ଚାଇକାଠ ବେନି ମାଢ଼ ପୂରାଇ ।

ତ୍ରିକୂଟରେ ତିନିମାଢ଼ ପୂରାଇ ।

ପରୀକ୍ଷ ଦେବା ଦସମାଢ଼ ମୂଳେ ।

ରସୁଣ ଘେନି ବେନିମାଢ଼ ଠୁଳେ ।

ଖରାରେ ଶୁଖାଇ ଶିଳରେ ଚୁର ।

କନାରେ ଛାଣି ରସୁଣରେ ଭର

ରସୁଣ ଓଷଧ ପେଷିବ ସବୁ ।

କଡ଼ୁଆ ମାଲପାରେ ମିଶାଇଦେବୁ ।

ଯଦି କରି ଥୋଇ ବାନ୍ଧିବି ଗୁଳି ।

ଗୋଟିଏ ଲେଖାଁଏ ଖାଇବ ତୁଳି ।

ଅନ୍ତବାତ ରୁଦ୍ରବାତ ହୋଇବ ସାଧି

ଶୋଥ ସୁଣଫୁଲା ଗୁଳୁମ ବ୍ୟାଧି ।

ପାଣ୍ଡୁର କାମଳ ହୃଦୟ ବ୍ରଥା ।

ତୃଷା ଆଦି କରି ଖଣ୍ଡଇ ଯଥା ।

ପଥିକି ତବତ ଭାତ କରିବୁ ।

ଶାଗ ଆମ୍ବିଳ ବିବର୍ଜିତ ସବୁ ।

 

ତାଳିଶ୍ୱାଦି ଚୂର୍ଣ୍ଣ

 

କାଶକୁ ଔଷଧ ଦେବା ଯାହାକୁ ।

ତାଳିଶ୍ୱାଦି ଚୂର୍ଣ୍ଣ ବୋଲି ଏହାକୁ

ତାଳିସି ପତ୍ରରେ ଶୁଣ୍ଠି ମରିଚ ।

ପିପ୍ପଳି ଗୁଡୁତେକ ଅଳାଇଚ ।

ଏତେ ଦ୍ରବ୍ୟରୁ ମାଢ଼େ ମାଢ଼େ କରି ।

ତିରିଶି ମାଢ଼ ଯେ ଶାକର ଭରି ।

ଖରାରେ ଶୁଖାଇ ଶିଳରେ ଚୁର ।

କନାରେ ଛାଣିଣ ଯତନ କର ।

ଏଥକୁ ସଂଶୟ ଫେଡ଼ିବା ଛନ୍ଦ ।

ମହୁ ଘିଅ ଦେଇ ମୋଦକ ବାନ୍ଧ ।

ବାତପିତ୍ତ ଶଳିଷମାରେ କାଶ ।

ଏତେକେ ବ୍ୟାଧି ସେ କରଇ ନାଶ ।

ପାଣି ନ ଲାଗଇ ଯେମନ୍ତ ପୁଣ ।

ତହିଁକି ଓଷଧ କହିବା ଗୁଣ

ଶୁଣି ହରିଡ଼ା ସଇନ୍ଧବ ଲୁଣ ।

ଚିତାଇତା ଘେନି କର ଉପାମ ।

କାଶ ଶ୍ୱାସ ଜର ସବୁ ହି ଯାଇ ।

ପେଟ ନ ଜାଣଇ କେତେକ ଖାଇ ।

 

ଲବଙ୍ଗାଦି ଚୂର୍ଣ୍ଣ

 

ଆବର କଥାୟେ ଶୁଣ ଉପାମ ।

ଲବଙ୍ଗାଦି ଚୂର୍ଣ୍ଣ ଏହାର ନାମ

ଲବଙ୍ଗ ଗନ୍ଧେକ ଜୁଲ୍ୟ ବା ଫୁଲ ।

ଜିରା ଚନ୍ଦନ ନୀଳ ଉତ୍ପକ

ଡଗର ପାଦ ଯେ ପିପ୍ପଳ ଭରି ।

ପଦ୍ମକେଶ ଶୁଣ୍ଠି ଆଦି କରି ।

ନାଗେଶ୍ୱର କୁରୁକେଲି ଯେହୁ ।

ସବୁ ବାସ ଘେନି ଏ ଜାତ ମହୁ ।

ଖିରକୋଳି ଯେଉଁ ଭାର୍ଗବ ମୁଥା ।

କୁଞ୍ଜକେଶର ବା ତାଳମୂଳୀ ଯଥା ।

ଦଣ୍ଡି ପହୋଳା ଯେ ରସ ସିନ୍ଦୂର ।

ଶାକର ମହୁ ଯେ ତହିଁରେ ଭର ।

ଏତେ ଦ୍ରବ୍ୟରୁ ମାଢ଼େ ମାଢ଼େ କରି ।

ବତିଶମାଢ଼ ଯେ ସାକର ଭରି ।

ଶୁଖାଇ କରି ଚୂର୍ଣ୍ଣ କର ସବୁ ।

ବ୍ୟାଧି ଅନୁକ୍ରମେ ମଳୁକୁ ଦେବୁ ।

ଯେତେକ ବ୍ୟାଧି ଏ କରଇ ନାଶ ।

ତାହା କହିଦେବା ଶୁଣ ସନ୍ଦେଶ ।

ଅତିସାର ହଗା ଦୁର୍ବଳ ଯେହୁ ।

ମଳାଗ୍ନି ଜୀର୍ଣ୍ଣ ଅଜୀର୍ଣ୍ଣ ହିଁ ଆଉ ।

ଶୂଳ କାଶ ଶ୍ୱାସ ଅରୁଚି ଯାଇ ।

ପେଟ ବଥା ଆଦି ନ ଥାଇ କେହି ।

ପେଟ ଫୁଲି ଥାଇ ପିତ ଅଜୀର୍ଣ୍ଣ ।

ସବୁ ହରଇ ଲବଙ୍ଗାଦି ଚୂର୍ଣ୍ଣ ।

ସରସନା ଏକା ଯେଉଁ ଭାବେ ହୋଇ ।

ଶୁଣ ବିଦ୍ୟା ଜନେ ଦେଉଛି କହି ।

ରକତ ଚିରାଇତା ମାଢ଼କେ ମୂଳ ।

ହରିଡ଼ା ଯଅଁଳା, ବାହାଡ଼ା ଫଳ ।

ଗନ୍ଧକ ବିଡ଼ଙ୍ଗ ହେଙ୍ଗୁଳ ଭାବ ।

ଗନ୍ଧ ଶୁଙ୍ଗୀ ଘେନି ଏ ଇନ୍ଦ୍ରଯବ ।

ପଞ୍ଚ ଲୁଣ ଘେନି ହେଙ୍ଗୁଳ ଅଚ ।

ଗୃହଧର୍ମ ମୂଳେ ଆବର ବଚ ।

ଘନ ପ୍ରପଞ୍ଚ ରସ ମିଶାଇ ।

ଗଯ ପିପଳା ମା୧ଢ଼ ମୂଳେ ଦେଇ ।

ଝାଡ଼ କାଙ୍କୋଳ ଯେ ବିସେଯେ ଗାଢ଼ ।

ତ୍ରିକୂଟ ଭରିବ ଏ ତିନି ମାଢ଼ ।

ମାଢ଼େ ଲେଖାଏଁ ସବୁଠାରୁ କରି ।

ଖରାରେ ଶୁଖାଇ ଶିଳରେ ଚୂରି ।

ଝୋଲୀକନା ଘେନି ଛାଣିବୁ ସବୁ ।

ମାଢ଼େ ଲେଖାଏଁ ଯେ ମଳୁକୁ ଦେବୁ ।

ଓଷଧ ଖାଇଲା ଉତାରେ ପୁଣି ।

ଚଳୁଏ ପିଇବ ତବତ ପାଣି ।

ସରସନା ଏକା ଖାଇବ ଯେହି ।

ଓଦରି ରୋଗ ପେଟବଥା ଯାଇ ।

ଅଜୀର୍ଣ୍ଣ ତୁ ପାରୁ ଯେତେକ ଲେଖା

ସହୁ ହରଇ ସରସନା ଏକା ।

ଉଷା ଜଳ ପାଣି ଭକ୍ଷିବ-ଯେଉ ।

ଧନତ୍ରି ବଚନ ଅଟଇ ଏହୁ ।

ଏ ପାଣି ମହିମା କହିବି କିସ ।

ନାନା ରୋଗମାନ କରଇ ନାଶ ।

କାଶ ଶ୍ୱାସ ଯେ ଅତିସାର ଜ୍ୱର ।

କଣ୍ଡୁକୁଷ୍ଠ ବ୍ୟାଧି ପ୍ରମେହ ହର ।

ମୁତ୍ରକ ଯେ ଶୋଥ ଆରସା ମୂଳେ ।

ଶିର ରୋଗ କର୍ଣ୍ଣ ରୋଗ ଯୁଗଳେ ।

ନାସା ରୋଗ ଚକ୍ଷୁ ମୁଖର ବ୍ୟାଧି ।

କମ୍ପ ରୋଗ ପିତ ରୋଗ ହି ସାଧି

ଧାତୁ କ୍ଷୟେ ପେଟ ବଥା ସହିତେ ।

ପେଟ ଫୁଲା ଆମ୍ବ ଅଜୀର୍ଣ୍ଣ ଯେତେ

ଓସା ଜଳ ପାଣି ଉଷିବ ଯେହୁ ।

ଏତେ ବ୍ୟାଧିକି ନ ଡରଇ ସେହୁ ।

 

ଛଉକୁ ଔଷଧ

 

ସୁବୁଧି ସାଧୁ ବଦ୍ୟ ଜନେ ଶୁଣ ।

ଛଉକୁ ଔଷଧ କରିବାପୁଣ ।

ହରିତାଳ ମାଢ଼େ ଯତନ କରି ।

ଚୁନ ପାଞ୍ଚଚିନା ତହିଁରେ ଭରି ।

ନୂଆ ପିହାଣ ଗୋଟାକରେ ଯୋଗ ।

ଦୁବରସ ଘେନି ଖଲିବ ବେଗ ।

ଛଉମାଡ଼ିଥିବ ଯେତେକ ଦୂର ।

ତହିଁରେ ଔଷଧ ଲେପନ କର ।

ତିନି ଦିନ ଲେପ ଆପଣା କାଏ ।

ଏତେକେ ସେ ବ୍ୟାଧି ହୋଇବ କ୍ଷୟେ ।

ତୁଣ୍ଡ ପୋଡ଼ା ମୂଳ ଜୁଆଣି ଦେଇ ।

ମରିଚ ଗୋଟା ସାତ ତହିଁରେ ନେଇ ।

ଲେମ୍ବାଉ ପାଣିରେ ବାଟି ଲିପିଲେ ।

ଛଉ ଭଲ ହୁଏ ଏତକ କଲେ l

ଲେମ୍ବାଉ ପାଣି ନ ପାଇବ ଯେବେ ।

କାଞ୍ଜି ପାଣିରେ ବାଟିଦେବ ତେବେ ।

ଏତେ ଛଉରୋଗ ଭଲ ହୁଅଇ ।

ଛଣଫୁଲ ଦେଲେ ତେବେ ସେ ଯାଇ ।

 

ନାନାବାତକୁ

 

ଆବର କଥାଏ କହିବା ଶୁଣ ।

ନାନ ବାତବ୍ୟାଧି ଔଷଧ ପୁଣ ।

ଆମ୍ୱବାତ ଗଣ୍ଠିବାତ ଯୁଗତେ ।

ଏକ ଅଙ୍କବାତ ଶୁଳ ସହିତେ ।

ବେଲ ଚାରି ମାଢ଼ ରସତା ଚାରି ।

ଶତାଉରି ଛତିଅନାକୁ ଭରି ।

ମହଚ ଡଂକାରି ବଡ଼ ଫଳ କର ।

ତାଳମୂଳି ଘେନି ଦୁଦୁରା ଚେର ।

ଆବରି କୁକ୍ଷି କେସରଦା ମୂଳ ।

ଦ୍ରବ୍ୟ କେ ଘେନ ଚାରିମାଢ଼ ତୁଲ ।

ଚାରିପଳ ତହିଁ ନବାତ ଭରି ।

ଶୁଖାଇ ସବୁ ଗୁଣ୍ଡି କରି ଚୁରି ।

କନାରେ ଛାଣିଣ ଥୋଇଣ ଆଉ ।

ମାଢ଼େ ଲେଖାଏଁ ପ୍ରତିଦିନ ଖାଉ ।

ଏତେକେ ନାନା ବାତ ଯାଉ କ୍ଷୟେ ।

ଆବର ବାତକୁ ଶୁଣ ଉପାୟେ ।

ଗୁଳୁତ୍ୟାଦି ବ୍ୟାଧି ଯେବଣ ବାତ ।

ତହିଁ କି କହୁଛି ଓଷଧ ମତ ।

ଗୁଳୁଚି ଚାରି ଗୋଚ୍ଛା ଆଣିମ ଠୁଳେ ।

ଗଣ୍ଠିମାନ କାଟି ଛେଚିବ ଶିଳେ ।

ପାଣି ନଉତି ଗୋଟାକରେ ଭରି ।

ରାସଣା ପଳେ ପକାଇବ ଚୁରି ।(୧)

(୧) ଖ ପୋଥିରେ ଅଧିକ- ପାଣି ନଉତି ଗୋଟିକରେ ଭର ।

ତହିଁରେ ଥିବ ସେ ବେନି ପହର ।

ଥିର ହେବାର ତ ଜାଣିମ ବାଡ଼ି ।

ଗୋଳୁଚି ଛେତା ପକାଇବ କାଢ଼ି ।

ନଉଚି ଭିତରେ ରହିବ ଯାହା ।

କନାରେ ଥାପି ଯେ ଘେନିମ ଚାହା ।

ସମୁଦ୍ର ଫଳ ଦଶଯୋଗ୍ୟ ଚୁର ।

ମରିଚ କରି ସେ ତହିଁରେ ଭର ।

ରାସଣା ପଳେ ତହିଁରେ ପଡ଼ିବ ।

ଛତାବରି ଦୁରୁଅରେ ଖାଇବ ।

ନୋହିଲେ ଛାଗଳ ଦୁଗ୍ଧରେ ଖାଉ ।

ଗୁଳୁଚ୍ୟାଦି ବାଚ ଏମନ୍ତେ ଯାଉ ।

ଛତାଉରି ଦୋରୁଅରେ ତାହା ଖାଇବ ।

ଗୁଳୁଚି ବାତ ଏତକରେ ଯିବ

ଶୁଣ୍ଠି ହରିଡ଼ା ଯେ ମୁଥାକେ ଶ୍ୱର ।

ପାଣି ନ ଲାଗଇ ନାନା ଦେଶର ।

ଧନିତ୍ରୀ ଅଶ୍ୱିନୀ କୁମର କହେ ।

ନାନା ବ୍ୟାଧି ପାଣିକି ନ ଥାଇ ଭଲେ ।

ରସ ବିସ ଗନ୍ଧକ ହିଙ୍ଗୁଳ ମିଶି ।

ସମ ଭାଗ କରି ପିପଳୀ ଶୁଣ୍ଠି ।

ଗୁଞ୍ଜ ପ୍ରମାଣେ ଏ ବଡ଼ି ବାନ୍ଧୁ ।

ଚଉଷଠୀ ରୋଗ ହରଇ କନ୍ଧୁ ।

କ୍ଷୁଧା କରଇ ମନ୍ଦ ଅଗ୍ନି ପାଣି ।

ବାରମାସରେ ନ ଲାଗଇ ପାଣି ।

ବଦ୍ୟ ଧନ୍ୟତ୍ରି କହିଲେ ସାର ।

ଏ ରସର ନାମ ଅଗ୍ନି କୁମାର ।

ଆବର କଥାଏ କହିବା ପୁଣ ।

ବିଶୁଚି ବାଡ଼ିର ମହିମା ଶୁଣ ।

ପିତା ଅଜୀର୍ଣ୍ଣ ହୋଇଥାଇ ନିଅତ ।

ଶ୍ରାହାନ କରି ଭୁଞ୍ଜଇ ଭାତ ।

ନିଶା ଅର୍ଦ୍ଧେ ହୋଇ ସ୍ତିରୀ ପ୍ରସଙ୍ଗ ।

ତହିଁରୁ ବିଭଳ ହୁଅଇ ଅଙ୍ଗ ।

ବାନ୍ତି ଅଜୀର୍ଣ୍ଣ ଏ ଯମର ଧାଡ଼ି ।

ଏହାକୁ ବୋଲିଟି ବିଶୁଚୀ ବାଡ଼ି ।

ଏ ବାଡ଼ି ଯାହାକୁ ପ୍ରାପତ ହୋଇ ।

ଦେବତା ହୋଇଲେ ମରଇ ସେହି ।

ମଥାନ ଜ୍ୱର ରାତିରେ କରଇ ।

ଦାହ କରି ନିଶି ପାହିଲେ ନାହିଁ ।

ସଳିଷମା ଜ୍ୱର ଅଟଇ ଏହି ।

ଏଥକୁ ଲିମ୍ବାଦି ପାଞ୍ଚନ ଦେଇ ।

ଲିମ୍ୱପତ୍ର ତହିଁ ଧନିଆ ରସ ।

ତ୍ରିଫଳ ପାପଡ଼ା ପୋଟଳ ରସ ।

ମହୁ ପରୀକ୍ଷେ ପିଆଇବ ଯେବେ ।

ଏକାନ୍ତ ଶଳିଷମା ଯାଇ ତେବେ ।

ଯେବଣ ମଳୁ ଚାଲି ନ ପାରଇ ।

ଗିରି ଭଗ୍ନ ହୋଇ ମୁକ୍ଷାହି ଯାଇ ।

ଅତି କମ୍ପରେ ମତି ହୋଇ ଭ୍ରମ ।

ଏମନ୍ତ ମଳୁକୁ ନିଅଇ ଯମ ।

କରପାଦ ବେନି ଅତି ଶୀତଳ ।

ନାସା କପାଳରୁ ବହଇ ଝାଳ ।

କଟୀଭାଗ ଶୁଳା କରଇ ପୁଣି ।

ବେନି ଲୋଚନରୁ ବହଇ ପାଣି ।

ଓଷ୍ଠ କଣ୍ଠ ଶୁଖି ଦିଶଇ କଳା ।

କ୍ଷଣକେ ଚେତନ କ୍ଷଣକେ ଭୋଳା ।

ଦେହ ଗୋଳା ଦେଇ ଗର୍ଭରେ ଜ୍ୱର ।

ମଣିଷ ଦେଖିଲେ କହେ ଅନ୍ତର ।

ଓଷଧ ନ ଖାଇ ପଦକେ ଆଶ ।

କ୍ଷଣେ କ୍ଷଣେ ଛାଡ଼େ ଖର ନିଃଶ୍ୱାସ ।

ବଦ୍ୟ ଧନନ୍ତରୀ କହିଲେ ଥାଇ ।

ଏମନ୍ତ ମଳୁ ହେ ବ୍ରତୀବ କାହିଁ ।

ଯମର ଧାଡ଼ି ଲାଗିଛି ଯାହାକୁ ।

ଔଷଧ ଦେଇ କି କରିବ ତାକୁ ।

ଓଷ୍ଠ କଣ୍ଠ ଶୁଖି ଜିଭ୍ୟା କଠିଣ ।

କାଶ ଶ୍ୱାସ ହୋଇ ମତିଭ୍ରମଣ ।

ବଚନ କହିଲେ ନ ଶୁଣେ ସେହୁ ।

ଏମନ୍ତ ମଳୁକୁ ତାରିବ କେହୁ ।

ଆବର ଯେହୁ ଅସାଧ୍ୟ ବ୍ୟାଧି ।

ତାହା କହିଦେବା ଶୁଣ ସୁବୁଦ୍ଧି ।

ପହଙ୍କ ପ୍ରାୟେ ବାଗା ଯାହାର କାୟେ ।

ନୋହିଲେ ହୋଏ ଜମ୍ୱୁ ପାଣି ପ୍ରାୟେ ।

ନୋହିଲେ ବେଶୁର ପ୍ରାୟେକ ଦିଶୁ ।

ପାଣି ପ୍ରାୟେ ହୋଇ ଜ୍ୟୋତି ପ୍ରକାଶୁ ।

ନୋହିଲେ ହେଉ ଧବଳ ବର୍ଣ୍ଣ ପ୍ରାୟେ ।

ବସାଦହି ପ୍ରାୟେ ଦିଶିବ କାୟେ

ଏମନ୍ତ ପ୍ରକାରେ ହୋଇବ ଯେହୁ ।

ଏଥକୁ ଆନ ମଉଷଧି ନୋହୁ

ଗ୍ରହଣୀ ଗଜକେଶ୍ୱରୀ ନି ଦେଇ ।

 

ରକ୍ତଆରସାକୁ

 

ବଦ୍ୟଜନ ଶୁଣିମ ଯେବେ ।

ଆହୁରି ଓଧେ କହିବା ୟେବେ ।

ଇନ୍ଦ୍ରୀ ଦ୍ୱାରେ ଯେବେ ପଡ଼େ ରକତ ।

ତହିଁକି ଓଷଧ କର ଏମନ୍ତ ।

ଗଇଶ ମଞ୍ଜି ପଦ୍ମଫୁଲ ଧର ।

ଶ୍ୱେତ କୋଇଲେଖା ମଞ୍ଜି ହିଁ କର ।

ବାହାଡ଼ା ମଞ୍ଜି ସମଭାଗ ଆଣି । ନ

ଗେଶ୍ୱର ପାଶେ ଲବଙ୍ଗ ପୁଣି ।

ଅଳାଇଚ ଯାଇଫଳ ହିଁ ଭର ।

ମାଢ଼େ ଲେଖାଏଁ ସବୁଠାରୁ କର ।

ଶୁଖାଇ ଏମାନ କରିବ ଚୂର୍ଣ୍ଣ ।

ନବାତ ମାଢ଼େ ଯେ ତହିଁକି ଘେନ ।

ତିନିଦିନ ଏହା ଖାଇବ ଯେବେ ।

ରକତ ଆରସା ଖଣ୍ଡଇ ତେବେ ।

ଅଷ୍ଟଖୁଡ଼କୁ ମୌସୁଧି ଶୁଣ ।

ଶୁନାରି ବକଳ ପତର ଆଣ ।

ଚାକୁଣ୍ଡା ମଞ୍ଜି ସହରାଜ ଭରି ।

ହରିଡ଼ା ବାହାଡ଼ା ଯତନ କରି ।

ଇନ୍ଦ୍ରମାରି ସଙ୍ଗେ ଖରଡ଼ା ଲୁଣ ।

ଯିଅଳା ଅଣନ୍ଧୁକର ଭିଆଣ ।

ସେମାନେ ସବୁ ଶୁଖାଇ ଚୁରି ।

ତିନିଦିନ ଖାଉ ଯତନ କରି ।

ଅଷ୍ଟକୁଢ଼ ଯେଣେ ହୋଇବ ନାଶ ।

ବିଚାରି କହିଲେ ଏଥି ସନ୍ଦେଶ ।

ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ପ୍ରମାଣେ ।

ଦୀନକୃଷ୍ଣ ଦାସ ଔଷଧ ଭଣେ ।

ରସ ବିସ ଗନ୍ଧକ ଏକ ସମତୁଲ ।

ମରିଚ ଦାରୁ ଯେ ଅତି ଅମୂଲ୍ୟ ।

ମାଛ ମଇଁଷି ଯେ ମୟୂର ପିତ ।

ଛେଳିକି ଘେନିଣ ଏ ଚାରି ପିତ । (୧)

ପହରକେ ଦେବ ଏବେ ଯାମ ।

ନିର୍ମଳ ସୂଚିକା ଏ ରସ ନାମ ।

ଶ୍ୱାସ କାଶ ତ୍ରିଦୋଷଇ ଯାଇଁ ।

ଜ୍ୱର ଛାଡ଼ି ଶତେବରଷ ଥାଇ ।

(୧) ଖ ପୋଥିରେ- ମେଷ ମଇଁଷି ଯେ ମୟୂର ପିତ ।

ମାଛକୁ ଘେନିଣ ଏ ଚାରିପିତ ।

 

ଖପରଭସ୍ମ

 

ଆବର ଓଷଧ କହିବା ଶୁଣ ।

ଖପର ଭସ୍ମ ଯେଉଁ ଭାବେ ପୁଣ ।

ଖପର ପଳେ ଯେ ଯତନ କରି ।

ଗୋଦନ୍ତା ଦାରୁ ପଳେ ତହିଁରେ ଭରି ।

ଦୁହିଙ୍କି ଭରି ଛେଳି ଦୁଧେ ଖଲ ।

ଆବର କଥାୟେ କହିବା ଭଲ ।

ତଳରେ ଅରଖ ପତରେ ଛାଇ ।

ଉପରେ ଲେଶିବ ପିହାଣ ଦେଇ ।

ଚୁଲିରେ ଘଡ଼ି ବସାଇ ତୁରିତେ ।

ଜାଳ ଦେଉଥିବ ଦିହୁଡ଼ି ମତେ ।

ବେନି ପହର ଯେ ଜାଳିବ ଯୋଇ ।

ଖପର ଯିବ ଲୁର ପ୍ରାୟେ ହୋଇ ।

ସନ୍ନିପାତ ଥିଲେ ଏ ଭସ୍ମ ଖାଇ ।

ଆବର ଗୁଳୁମ ବ୍ୟାଧିକି ଦେଇ ।

ଅଷ୍ଟାଙ୍ଗ ଜ୍ୱରକୁ ଏ ଭସ୍ମ ଦେଇ ।

ଶାହାସ୍ରେ ଏମନ୍ତ ଅଛଇ କହି ।

 

ଶିଶା ଭସ୍ମ

 

ଶିଶା ଭସ୍ମ ହୋଇ ଯେମନ୍ତ ଭାବେ ।

ସେ କଥା ବିସ୍ତାରି କହିବା ଏବେ

ଶିଶା ପ୍ରଥମେ ପାତ୍ର କରି ଗଢ଼ି

ମଣି ଶିଳ ଘେନି ଖଲିବ ଯଡ଼ି ।

ଛେଳିଦୁଧ ତହିଁ ଲେପନ କର ।

ଶୁଖାଇ ଆଟିକା ଗୋଟିକେ ଭର ।

ଅରଖ ପତ୍ର ଯେ ତଳରେ ପଡ଼ି ।

ଉପରେ ପିହାଣ ମୁଦ ନିବାଡ଼ି ।

ବେନି ପହର ଜାଳ ଦେବ ଯେବେ ।

ଶୀଶା ଭସ୍ମ ହୋଇ ପିଙ୍ଗଳ ତେବେ ।

ନାନା ବ୍ୟାଧି କାଶର ଏ ମଉଷଧି ।

ଗର୍ଭରୋଗ ପେଟବଥା ହି ଆଦି ।

ଆବର ଯେଉଁ ସିସାଭସ୍ମ କରି ।

ସେକଥା କହିବା ଶୁଣ ବିଚାରି ।

ସୀସାରୁ ଯେତେ ଯବଖାଇ ତେତେ ।

ଶଙ୍ଖଗୁଣ୍ଡି ତହିଁ ଅଧ ଯୁଗତେ

ପଳାଶ ଛେଲି ପତ୍ର କର ଅଧ ।

ଥୋଇବ ଆଟିକା ଗୋଟିକ ମଧ୍ୟ

ଉପରେ ପିହାଣ ଦେଇ ଲେପିବା ।

ତଳରେ ଜାଳ ଯେ ବେଉଣ ଥିବ ।

ଏମନ୍ତ ସୀସା ଭସ୍ମ ହୋଇଯାଇ ।

ଶୁଣ ବଦ୍ୟଜନେ ଦେଉଛି କହି ।

ବେନି ପ୍ରହରେ ଯେ ହୋଇ ଦହନ ।

ଦେହ ଦିଶୁଥାଇ ଅରୁଣ ବର୍ଣ୍ଣ

ଏ ସୀସା ଭସ୍ମର ଗୁଣ ଅପାର ।

ଶୁଳା ଗ୍ରହଣି ରକ୍ତ ଅତିସାର ।

ଆମ୍ୱ ଗୁଳୁମ ଆଦି କରି ମରେ ।

ଏତେ ବ୍ୟାଧିକି ଭୟେ ନ କରେ ।

ଆହୁରି ଓଷଧ ଗୋଟିଏ ଖାଉ ।

ମହୁରା ତେଜ ନ କାଟିବ ଆଉ ।

 

ଛଉ ଯାଦୁକୁ ଔଷଧ (୧)

 

ଅଜା ଛେଳି ଯେ ଛେଳି କି କହି ।

ତାହା ମୁତ ଧରି ଅମର ଦେଇ

ଯମର କ୍ଷୋଭ ବୋଲାଇ ଯେହୁ ।

ଗୁଳୁଚି ଦଳଟି ଅଟଇ ସେହୁ ।

ଗବାକ୍ଷେ ଧେନୁ ଗାଈ ସୁତ ଧରି ।

ପରସିରି ଯେ ଅଳନ୍ଧୁ କରି

ଯର ପୁରଯେ କାଞ୍ଜି ପାଣି କହି ।

ମୁଳା ମଞ୍ଜି ପୁଣି ହଳଦୀ ଦେଇ ।

ଯବଖାର ତହିଁ ଭିତରେ ଭେଟି ।

ଏତେ ଦ୍ରବ୍ୟ ସବୁ ଶିଳରେ ବାଟି ।

ଛଉ ଯାଦୁ ଯାହା ଶ୍ୱରୀରେ ଥିବ ।

ଲେପଦେଲେ ତିନିଦିନ ରେ ଯିବ ।

ଶୁଣ୍ଠି ହରିଡ଼ା ସମଭାଗ କରି ।

ସଏନ୍ଧବ ଜୁଆଣି ତହିଁରେ ଭରି

ପଛେ ପିଆଇବ ତବତ ପାଣି ।

ଆଉ କି କରିବ ବଦ୍ୟକୁ ଆଣି ।

ଧନତ୍ରି କହିଲେ ଓଷଧ ଭେଦ ।

ତିନିଦିନେ ଯେବେ ପାରିବୁ ସାଧ

ବିହିଞ୍ଚି ହୋଇ ଯେଉଁ ଭାବେ ହୋଏ ।

ତହିଁକି ଓଷଧ ଶୁଣ ଉପାଏ ।

ସାହାଡ଼ା ପତ୍ର ପୋଡ଼ି ଖାରକର ।

ଛେଳି ଲଣ୍ଡିଭରି ଦୁହିଁଙ୍କି ଚୁର ।

ଏ ଗୁଣ୍ଡି ବିହିଞ୍ଚି ଉପରେ ଦେଶି ।

ଅଳପ କରିଥିର କରି ଘଷି ।

ଦିନା ଦୁଇତିନ ଏମନ୍ତ କଲେ ।

ଏକୋଷ୍ଠ ବ୍ୟାଧି ଭଲ ହୋଇ ଭଲେ ।

କାଶ ବ୍ୟାଧି ହୋଇ ଯେମନ୍ତ ଭାବେ ।

ତହିଁକି ଓଷଧ କହିବା ଏବେ

ତିନିକେନା ସୁଝୁରୁ ଡାଳେକ ଆଣି ।

ଖଣ୍ଡ ଖଣ୍ଡ କରି କାଟିବା ପୁଣି

(୧) ଖ ପୋଥିରେ ଛଉ ଯାଦୁକୁ ଔଷଧ ଏହିପରି –

ଅଯର ବିଯର ଗୋବର ଲସା ।

ଘର କାଞ୍ଜିପାଣି ପରକୁ ରୁଷା ।

ମୂଳା ମଞ୍ଜିରେ ଯେ ଲେମ୍ବାଉ ମିଶା ।

ଛଉ ଯାଦୁ ଯାଇ ଏକ ଦିବସା ।

ଏଥିରେ ମିଶୁ ଅଯୋମଦା ଖାର ।

ହାଥିଆ ଯାଦୁକୁ ଟାକର ମାର ।

ସିଝାଇଦେବ ଧାନରେ ଭରି ।

ସେ ଧାନ ଶୁଖାଇ ଚାଉଳ କରି ।

ସେ ଚାଉଳ ମଳୁ ଚୋବାଇ ଖାଉ ।

ଶାଗ ଆମ୍ୱିଳ ନ ଭୁଞ୍ଜିବ ଆଉ ।

ସପତାଏ ଏହା ଖାଇବ ଯେବେ ।

କାଶବ୍ୟାଧି ଭଲ ହୋଇବ ତେବେ ।

ଅଷ୍ଟଖୁଡ଼ ଯିବ ଯେମନ୍ତେ କ୍ଷୟେ ।

ତହିଁକି ଓଷଧ କହିବା ଉପାୟେ ।

ଦାରୁ ମହୁରା ଯେ ହେଙ୍ଗୁଳ ତିନି ।

ମଣିସିଳ ହରିତାଳକୁ ଘେନି ।

ଜୁଆଣି ମରିଚ ପିପ୍ପଳି ଶୁଣି ।

ଭୋଟ ଲୁଣ ବିଟ ଲୁଣ ହିଁ ଆଣି ।

ଭେରଞ୍ଚି ଚିତା ତାଉରଙ୍ଗ ପୁଣ ।

ସରଳ ସଇନ୍ଧବ ଖରଡ଼ା ଲୁଣ ।

ଫୁଲା ଲୁଣ ଘେନି ଭାଲିଆ ମୂଳ ।

ଉଆଲ ମାରି ଆଦର ମହୁଲ ।

ଗୁରୁମାଟିଆ ଚମ୍ପା ମୂଳ ଖୋଳି ।

ଅରଖ ଦୁଦୁରା କଣ୍ଟି କପାଳୀ ।

ଭୁଇ କୋରିଆ ମାହାଲିମ୍ୱ ବେନି ।

କୋରିଲାଯାତେ କୋରଡଙ୍ଗୀ ଘେନି

ଭୂଇଁ ଲିମ୍ୱ ଲିମ୍ୱ ଦୁଇ ହୋଅନ୍ତି ।

ଶୁନାରି ଚମୋଡ଼ା ମୁଥା ରୋଦନ୍ତି

ଜୀବନ୍ତ ଚନ୍ଦ୍ରକାନ୍ତି ମୁନି ଯୁଣ ।

ନହଲାଙ୍ଗୁଳିଆ ବେଲ ବରଣ

ଅରଖ ମୂଳ ଆଣିଥିବ ଘେନି ।

ହରିଡ଼ା ବାହାଡ଼ା ଯିଅଁଳା ତିନି ।

ହଂସପାହି ଯଉ ସମସ୍ତ ଖୋଳ ।

ଏତେ ବୃକ୍ଷରୁ ମାଢ଼େ ମାଢ଼େ ମୂଳ ।

ଶୁଖାଇ ସବୁନ୍ତି ଗୁଣ୍ଡା କରି ।

ଖାଇଲେ ଅଷ୍ଟ ଖୁଡ଼ ଯାଇସରି ।

ଆବର କଥାଏ କହିବା ଶୁଣ ।

ଚମଦଳାକୁ ଯେ ଓଷଧ ପୁଣ ।

ସମ୍ପୁଲିଙ୍ଗା ଗଛ ପତ୍ର ଦୋରୁଅ ।

ହସ୍ତରେ ଘସି ଚମଦଳା ମାର

ଲୁଣମାଲପା ହସ୍ତରେ ଲେପିକରି ।

ଅଗ୍ନିରେ ସେକିଲେ ଏମନ୍ତେ ମରି ।

ଧନିତ୍ରୀ ଆଜ୍ଞାରେ ଏମନ୍ତ କହି ।

ଏଥକୁ ଅପ୍ରତେ ନକର କେହି ।

ଚକ୍ଷୁରେ ଫୁଲା ପଡ଼ିଥିବ ଯାର ।

ତହିଁକି ଓଷଧ ଉପାଏ କର

ଲଙ୍କା ସିଝୁରୁ ପତର ଆଣି ।

ଅଞ୍ଜନ ତହିଁରେ ପୋଡ଼ିବା ପୁଣି ।

ଯେଉଁ ଆଖିରେ ଫୁଲା ଥିବ ପଡ଼ି ।

ପରଳ ସହିତେ ଯିବାକ ଛାଡ଼ି

ସାହାଶ୍ରେ ଲେଖି ନାହିଁ ପୁଣଯାହା ।

ଅଶ୍ୱିନୀ କୁମାରେ କହିଲେ ତାହା

ଦେହରେ ପୋକ ପଡ଼ିବ ଯେମନ୍ତେ ।

ତହିଁକି ଓଧେ କର ଏମନ୍ତେ ।

ପୋକସୁଙ୍ଘା ମୂଳ ମରିଚ ଦୁଇ ।

ବେଲପତ୍ରି ଘେନି ଚୋବାଇ ଖାଇ

ଦିନା ଦୁଇତିନି କଲେ ଏତେକ ।

ମଳଦ୍ୱାର ବାଟେ ମଡ଼ଇ ପୋକ ।

ଆହୁରି କହିବା କଥା ୟେ ଶୁଣ ।

ଆମ୍ୱ ଗୁଳୁମଳୁ ଓଷଧ ଗୁଣ ।

ଗାଢ଼ମୂଳ ହେଙ୍ଗୁ ମରିଚ ବେନି ।

ଶୁଣ୍ଠି ପିପ୍ପଳୀ ସବୁ ହିଁ ଘେନି ।

ହରିଡ଼ା ବାହାଡ଼ା ଏ ଗନ୍ଧ ଶୁଣ୍ଠି ।

ଅଯମୋଦା ଘେନି ଯିଅଳା ଯେଠି ।

ଅନ୍ୟଗନ୍ଧ ଅଶ୍ୱକନ୍ଧ ହି ଭଲ ।

ଲୋହ ଭସ୍ମ କୁଢ଼ ଡାଳିମ୍ୱ ଫୁଲ

ଚିମୋଡ଼ା ଧନିଆ, ଏ ଯବଖାର ।

ମାହାଭଇରୋବ ଏବଡ଼ ଯିରା

ଶାଚି ଲୁଣ ବିଟ ଲୁଣ ପ୍ରମାଣ ।

ସଚଳ ଜୁଆଣି ଖରଡ଼ା ଲୁଣ ।

ସମଭାଗ ଏହା କରିବ ଗାଢ଼ ।

ଦ୍ରବ୍ୟକେ ଯେନ ଚାରି ଚାରି ମାଢ଼ ।

ତପତ ପାଣିରେ ପିଇବ ଯେବେ

ଗୁଳମ ବ୍ୟାଧି ଭଲ ହୋଇ ତେବେ ।

ନାନା ବିନ୍ଧା ବାତ ଯେମନ୍ତ ସାଧ୍ୟ ।

ତହିଁକି ଓଷଦ ଶୁଣ ହେବ ବଦ୍ୟ

ସଉପ ବଚ ଗନ୍ଧ ଶୁଣ୍ଠି ତିନି ।

ବରୁଣ ଛେଲି ପୁରୁଣି ମୂଳ ଘେନି ।

ବେଗୁନିଆ ପସାରୁଣି ସହିତେ ।

ଟାଙ୍ଗଣ ମୂଳ ଗେଣ୍ଡା ଆଦି ମତେ ।

ସାମୁକ ଆଦି ଷୋହଳ ଦିଆ ମୂଳେ ।

ପାଣି ଦେଇ ଏହା ବାଟିବ ଶୀଳେ ।

ବିନ୍ଧି ହୋଇବା ଥାନମାନ ଧରି ।

ତହିଁରେ ଲେପିବ ଯତନ କରି ।

ବିଗୁଣ୍ଡି ଲେପନ ଅଟଇ ଯାଣ ।

ସୁବୁଧି ସାଧୁ ବଦ୍ୟଜନେ ଶୁଣ ।

ଶ୍ରୀ ଜଗନ୍ନାଥକୁ ଶରଣ ଯାଇ ।

ବଦ୍ୟ ସାହାଶ୍ର କୃଷ୍ଣଦାସ କହି ।

ଉର୍ଦ୍ଧ୍ୱକାଶକୁ ଏ ମଇଷଧି ।

ସେକଥା କହିବା ଶୁଣ ସୁବୁଧି ।

ଅରଖକାଠ ସାତଖଣ୍ଡ ଥୋଇ ।

ଅଗ୍ନିଭଜି କରିବା ନେଇ ।

ଉପରେ ପିହାଣ ଘୋଡ଼ାଇଦେବା ।

ଗଳା ଗୋଟିଏ ତଳେ କରିଥିବା ।

ସେହିବାଟେ ଧୂଆଁ ନିରୋଧି ଅଛ ।

ଉର୍ଦ୍ଧ୍ୱକାଶକୁ ଏ ଓଷଧ ଉଛ ।

ଏହି ପ୍ରକାରେ ସପତାଏ କଲେ ।

ଏତେକେ ସାଧନା ପାଇବ ଭଲେ ।

ଆବର କଥାୟେ କହିବା ସାଧ୍ୟ ।

ସବାଇ ଘାଆକୁ ଯେଉଁ ଓଷଧ

ପାରାର ରସ ତୋଳା ଏକ ଆଣି ।

ତୁଳସୀ ପତର ଦୁଇ ଚିନା ପୁଣି ।

ଗନ୍ଧକ ଦୁଇ ଚିନା ତହିଁରେ ଭରି ।

ହରିତାଳ ପାଞ୍ଚ ଚିନା ତହିଁକରି ।

ମାହା ଭୈରବ ପାଞ୍ଚ ଚିନା ବଚ ।

ପିପ୍ପଳୀ ପାଞ୍ଚ ଚିନା ତହିଁରେ ଆଞ୍ଚ ।

କାଫଳ ପାଞ୍ଚଚିନା ତହିଁରେ ଭରି ।

ଶୁଣ୍ଠି ପାଞ୍ଚ ଚିନା ଯତନ କରି ।

ସଇନ୍ଧବ ପାଞ୍ଚ ଚିନା ଉଦ୍‌ଯୋଗେ ।

ହରିଡ଼ା ବେନି ଗୋଟି ତହିଁର ଭାଗେ ।

ପାଖରା ଖଇର ତୋଳାଏ ଆଣି ।

ପୁରୁଣା ଗୁଡ଼ ଦୁଇ ତୋଳା ଆଣି ।

ଏତେ ପଦାର୍ଥ ଚୂର୍ଣ୍ଣ କରି ଚୁରି ।

ବଡ଼ି ବାନ୍ଧିବ ଯେ ଗୁଡ଼ରେ କରି ।

ମଳୁକୁ ସ୍ରାହାନ କରାଉଥିବ ।

ଦୁଇ ସନ୍ଧ୍ୟାରେ ଦୁଇଗୋଟି ଦେବ ।

ଏଥକୁ ପଥି ଯେ କହିବା ସାଧ୍ୟ ।

ତବତ ଭାତକୁ ଅଲଣା ଦୁଧ ।

ସ୍ରାହାନ କରିବ ଯେବଣ ପାଣି ।

ପଞ୍ଚୁପତ୍ରି ଘେନି ସିଝିବ ଆଣି ।

ଏହି ଚାପରେ ସାତଦିନ କରି ।

ସବାଇ ଘାଆରୁ ହୋଇବ ପାରି ।

ଦୀନକୃଷ୍ଣ ଦାସ କହିଲେ ଯାହା ।

ସୁବୁଧି ସାଧୁ ହେତୁ କର ତାହା ।

ପେଟବଥା ହୋଏ ଯେମନ୍ତ ସାଧ୍ୟ ।

ତହିଁକି କହିବା ଏବେ ଓଷଧ ।

ଶୁଣ୍ଠି ପାଞ୍ଚମାଢ଼ ଘେନିମା ଗାଢ଼ ।

ତହିଁରେ ନବ ପିପ୍ପଳି ପାଞ୍ଚ ମାଢ଼ ।

ଜୁଆଣି ପାଞ୍ଚ ମାଢ଼ ତହିଁରେ ଭରି ।

ଜିରା ମାଢ଼େ ତହିଁରେ ଯତନ କରି ।

କଳା ଜିରା ପାଞ୍ଚ ମାଢ଼ ନିର୍ମାଣି ।

ଚିରାଇତା ପାଞ୍ଚ ମାଢ଼ ମୂଳ ଆଣି ।

ହେଙ୍ଗୁ ଚାରିମାଢ଼ ସେ ଏକସମ ।

ମରିଚ ପାଞ୍ଚମାଢ଼ି ତହିଁରେ ସମ ।

ସମଭାଗ କରି କରିବ ଚୂର୍ଣ୍ଣ ।

ମାଢ଼େ ଲେଖାଏଁ ଭୁଞ୍ଜି ପ୍ରତିଦିନ ।

ଏଥିକି ସଂଯୋଗ କରିବା ପଥି ।

ତବତ ଭାତକୁ ଭୁଞ୍ଜିବ ନିତି ।

ବ୍ୟଞ୍ଜନ ଏଥିକି ନୁହଇ ଲେଖା ।

ଗୋରସ ଭୋଜନ କରିବା ଏକା ।

ଛୁତ ଦ୍ୱାରେ ଯେଉଁ ସଂବାଇ ହୋଇ ।

ଚୁଚୁନ୍ଦ୍ରା ବ୍ୟାଧିକି ତାହାକୁ କହି ।

ତହିଁର ଓଷଧ ଯେଉଁ ବିଧାନ ।

ହେତୁ କରି ବୁଝ ଆପଣା ମନ ।

ପାଞ୍ଚ ଚିନା ମହା ଭୈରବ ବଡ଼ି ।

ମୟୂର ଗିରିଆ, ଚିନା ପାଞ୍ଚ ଭରି

ଲୋଧ ପାଞ୍ଚ ଚିନା ଯତନ କରି ।

ଡାଳିମ୍ୱ ଅଗି ପାଞ୍ଚ ଚିନା କରି

ଶାଳିଗୁଆ ତହିଁ ଗୋଟିଏ ଭର ।

ଆଠ ପଦାର୍ଥ ଏକ କରି ଚୂର୍ଣ୍ଣ ।

ଶିଳରେ ଚୁରି ଗୁଣ୍ଡି କରି ଯେନ

କନାରେ ଗୁଡ଼ାଅ ଯତନେ ଥୋଇ ।

ଘା ମୁଖରେ ଦେଉଥିବ ଦେଇ ।

ଏଥକୁ ପଥି ଯେ ଯେବଣ ମତ ।

ଘିଅ ଘେନି ଭୁଞ୍ଜ ତବତ ଭାତ ।

ମଦରଙ୍ଗା ଶାଗ ବ୍ୟଞ୍ଜନ କରି ।

ଅଲଣା ଖାଇବ ଲୁଣ ନ ଭରି ।

ଦୀନକୃଷ୍ଣ ଦାସ କହିଲେ ଯାହା ।

ସୁବୁଦ୍ଧି ସାଧୁ ଜନେ ହେତୁକର ତାହା ।

କାମଳ ବ୍ୟଧି କରୁଥାଇ ଯେବେ ।

ତହିଁକି ପରିଗୁଣ ବିହିବା ଏବେ ।

ତୁଣ୍ଡ ମଧୁର ହୋଇ ଅନ୍ନ ନ ରୁଚେ ।

ଦେହରେ ତାପ ପୁରିଆଇ ନିଳେଥ ।

ବଡ଼ ବିକଳ ଯେ ବଥାଇ ପେଟ ।

ହସ୍ତ ଗୋଡ଼ ପୁଣ ହୋଇଥାଇ ମୋଟ ।

ଗର୍ଭ ପୋଡ଼ୁଥାଇ ପାହାନ୍ତି ବେଳେ ।

ମଳ, ଭୋକ, ବାଡ଼ି ନୁହଇ ଢାଳେ ।

କର ପାଦଅଣ୍ଟା ଶୁଳାଇ ହୋନ୍ତି ।

ଦେହ ବୁଲାଇ ଆସୁଥାଇ ବାନ୍ତି ।

ଏମନ୍ତ ଦେଖିବା ଯାହାର ଗାତ୍ର ।

ପ୍ରଥମେ ଦେହ କରାଇବା ଭେଦ ।

କାମଳ ବ୍ୟାଧି ଏ ଅଟଇ ଯାଣ ।

ଏଥକୁ ଔଷଧ ବିହିବା ଶୁଣ ।

ପ୍ରଥମେ ଭେଦ କରାଇବା ବାଡ଼ି ।

ମଧ୍ୟରେ ଦେବା ତିନିଦିନ ଛାଡ଼ି ।

ପୁଣି ଆନଦିନ କରିବା ଭେଦ ।

ତହିଁ ଉତାରେଣ ଦେବା ଓଷଧ ।

ପଳାଶ ମଞ୍ଜି କରାଇବା ଠୁଳ ।

ଗୋହିରା ପିପ୍ପଳି ଏ ତାଳ ମୂଳ ।

କୁଢ଼ କି ସାଳପନ୍ନି ନିରିବାଣି ।

ରକ୍ତ ଚିରାଇତା ଦଶମୂଳ ଆଣି ।

ପଳେ ଲେଖାଏଁ ସବୁଠାରେ ଘେନ ।

ଶୁଖାଇ କରି ଗୁଣ୍ଡା କର ଚୂର୍ଣ୍ଣ ।

ବତିସ ମାଣ ଯେ କରିବ ପାଣି ।

ହାଣ୍ଡିରେ ଭରି ଆଉଟିବ ପୁଣି ।

ଓଷଧ ଭରି ଆଉଟିବ ବେଗେ ।

ଗୁଡ଼ ପାଗ କରି ଯେମନ୍ତ ବାଗେ ।

ଦେହେ ଦେହ ଯେବେ ଲାଗିବ ଯଡ଼ି ।

ଏମନ୍ତ ହୋଇଲେ ଥୋଇବ କାଢ଼ି ।

ସେହି ହାଣ୍ଡିରେ ସେ ରହିଣ ଥିବ

ତ୍ରିକଟୁ ତିନିମାଢ଼ ତହିଁରେ ଦେବ

ପଞ୍ଚ ମାଢ଼ ତୁଲି ଖାଇବ ନିତି ।

ଏଥକୁ ସଂଯୋଗ କରିବ ପଥି ।

ସାଗ ଆମ୍ୱିଳ ବିବର୍ଜିତ କାଞ୍ଜି ।

ତବତ ଭାତ ଘୃତ ଘେନି ଭୁଞ୍ଜି ।

 

ଶୋଥବ୍ୟାଧି ଓଷଧ

 

ଶୋଥ ବ୍ୟାଧି ଥିବ ଯାହା ଦେଲେଣା ।

ତହିଁକି ଓଷଧ କହିବା ଶୁଣ ।

ଦଶପାଞ୍ଚ ମାଢ଼ କାଲୁରି ମୁତ ।

ପନ୍ଦର ମାଢ଼ କର ଛେଳି ମୁତ ।

ଜଡ଼ା ମାଲପା ମାଢ଼େ କର ଠୁଳ ।

ପିପ୍ପଳି ଘେନିମ ପନ୍ଦର ପଳ ।

ଶୁଣ୍ଠି ବାରପଳ ତହିଁରେ ମିଶା ।

ଦାସ କେରେଣ୍ଟା ପତର ବେନି ବିଶା ।

ଗଇସ ପତ୍ର ଦଶ ପଳ ଦେଇ ।

ବଗାଗେଣ୍ଡୁ ପାଞ୍ଚପଳ ମିଶାଇ ।(୧)

(୧) ଖ ପୋଥିରେ ଅଧିକ- ହରିତକି ପାଞ୍ଚପଳ ପୁରୋଇ ।

ଗଲଶ ପତ୍ର ଦଶପଳ ଦେଇ ।

ସଏନ୍ଧବ ତିନିପଳ ତହିଁରେ ଭରି ।

ସଏନ୍ଧବ ତିନିପଳ ତହିଁରେ ଭରି ।

ସମସ୍ତ ଦ୍ରବ୍ୟ ଏହି ଭାବେ ଯେନ ।

ଶୁଖାଇ କରି ଗୁଣ୍ଡା କରି ଚୂର୍ଣ୍ଣ ।

ପ୍ରଥମ ଦିନରେ ଭକ୍ଷିବ ପଳେ ।

ଦ୍ୱିତୀୟ ଦିନ ଦୁଇତୋଳା ମୂଳେ ।

ଏକୋଇଶ ଦିନ ଖାଇବା ଯାଏ ।

ସବୁକୁ ଶୋଧନ କରିଥିବ କାୟେ ।

ପଥିକ ତବତ ଭାତ ଯୁଗତ ।

ତଉଣ କରିବ ବାଇଗଣ ପିତ ।

ଆବର କଲରା ମହୁର ଦେବ ।

ଆନ ବ୍ୟଞ୍ଜନ କେବେ ହେଁ ନ ଦେବ ।

ଏମନ୍ତ ପ୍ରକାରେ ପାଳିବ ଯେବେ ।

ଶୋଥ ବ୍ୟାଧି ଭଲ ହୋଇବ ତେବେ ।

ଦୀନକୃଷ୍ଣ ଦାସ କିରତି ଥାଉ ।

ହେତୁ କଲାଲୋକ ବୈଦ୍ୟ ହେଉ ।

ଯେବଣ ବଦ୍ୟ ପଢ଼ଇ ସାହସ୍ର ପାଠ ।

କେବେହେ ନ ଯାଇ ଅମଡ଼ା ବାଟ ।

ପ୍ରଥମେ ଦେଖିବ ନାଟିକା ଯାର ।

ଦୁତୀୟେ ଛୁତରେ ତଇଳ ଦେଇ

ତୃତୀଏ ବିହିବ ପାଞ୍ଚନ ଶିସ ।

ଚତୁର୍ଥେ ମଳୁକୁ ଦେବାକ ରସ ।

ଯେ ଯେତେ ବଇଦ୍ୟ ବୋଲାଇ ବଡ଼ ।

ବ୍ୟାଧି ଛାମୁରେ କେ ନୁହଇ ବଡ଼ ।

ଚଉଷଠୀ ରୋଗ ଘେନିଣ କାୟା ।

ନାନା ବ୍ୟାଧି ଘୋଟି ଅନନ୍ତ ମାୟା ।

ଛାଡ଼ିଲା ବୋଲି ନ କରିବ ପ୍ରତେ ।

କ୍ଷୁଦ୍ର ରୂପ ଧରି ଥାଇ ଗୁପତେ ।

ଅଗ୍ନିର ଶେଷ ଯେ ବ୍ୟାଧିର ଶେଷ ।

ଏ ଦୁଇକଥାକୁ ନାହିଁ ବିଶ୍ୱାସ ।

ଯେତେ ପ୍ରକାରେ ଉପୁଜଇ ନାଡ଼ି ।

ଅନ୍ତର୍ଗତ ବ୍ୟାଧି ନୁହଇ ବାଡ଼ୀ ।(୨)

(୨) ଖ ପୋଥିରେ ଅଧିକ ଅଛି- ରୋଗ

ମହାମାୟା କେ ପାରୁ କହି ।

ମୂତ୍ର ଦେଖିଲେ ହେଁ ପରତେ ନାହିଁ ।

ଦୃଷ୍ଟିରେ ଦେଖିଲେ ଧରି ନ ପାରି ।

ଅଦୋଷ୍ଟି କେହୁ ଭାବନା କରି ।

ସାହାସ୍ର ନ ପଢ଼ି ଯେ ବୋଲଇ ବୈଦ୍ୟ ।

ସେ ଲୋକମାନଙ୍କୁ ବାଇରେ ହେଯ ।

ନାଡ଼ି ଲକ୍ଷଣ ବାୟାର ମତ ।

ଅନ୍ତର୍ଗତ ବ୍ୟାଧ କହିଲି ତଥ୍ୟ ।

ବ୍ୟାଧି ନ ଚିହ୍ନି ହୋଏ ମତିଭ୍ରମ ।

ବୈଦ୍ୟ ନୁହଇ ସେ ମଳୁକୁ ଯମ ।

ତିଳ ପ୍ରମାଣେ ଯେହେତୁ ମେଘ ଥାଇ ।

କ୍ଷଣକେ ବ୍ରହ୍ମାଣ୍ଡ ଘୋଟିଣ ଯାଇ ।

ବ୍ୟାଧିର ମହିମା କେ କରୁ ଶେଷ ।

କାଠରୁ ଯେସନେ ଅଗ୍ନିପ୍ରକାଶ ।

ଗୁପତେ ଥାଇ ନ ଜାଣନ୍ତି କେହି ।

କ୍ଷଣକେ ବ୍ରହ୍ମାଣ୍ଡ ପାରଇ ବହି ।

ସେହିମତି ଯେ ରୋଗର କଥା ।

ବଦ୍ୟ ଜନେ ଶୁଣି ନ ପାଅ ବ୍ୟଥା ।

ମନେ ଗର୍ବ କରି ନୋହିବ ଟାଣି ।

ଅନୁଭବ ଥିଲେ ବ୍ୟାଧିକି ଜାଣି ।

ଯେ ଯେତେ ବଦ୍ୟ ହୋଇଲେ ହଉ ।

ମୁତ୍ର ନ ଦେଖି ସେକି ଓଷଧ ଦେଉ ।

ପାଣିର ବାଡ଼ି ଯେ ପାରିବ ନାଡ଼ି ।

ତାହାବେଳେ ହୁଏ ଏ ବ୍ୟାଧି ବାଡ଼ି ।

ମଳୁ ନ ଦେଖି ଯେ ଓଷଧ ଦେଉ ।

ମଳୁର ହତ୍ୟାକୁ କାରେଣୀ ସେହୁ ।

ହସ୍ତରେ ନାଡ଼ି ପ୍ରଚରିବ ଏଣେ ।

ଛୁତରେ ପୁଣି ତୈଳ ଦେବ ତେଣେ ।

ଦୁଇ କଥାକୁ ଅନୁଭବ ଥିବ ।

ମଳୁର ଏ ବେନି ପଥ ଦେଖିବ ।

ସାହାସ୍ର ମତ ଏ ଅଟଇ ତିନି ।

ତେବେ ସେ ବ୍ୟାଧି କି ପାରଇ ଚିହ୍ନି ।

ଭାଷା କୁହାଇ ବଚନ ଶୁଣିବା ।

କେମନ୍ତ କୁହଇ ତାହା ଜାଣିମା ।

କେଉଁ ଦ୍ରବ୍ୟକୁ ସେ କରଇ ଆସ ।

ପଚାରିଣ ବୁଝି ବ୍ୟାଧି ଉଦ୍ଦେଶ୍ୟ

ପାଞ୍ଚ ପ୍ରକାରେ ବୁଝିବ ଏମତ ।

ପଞ୍ଚୁ ଭୁତରୁ ବ୍ୟାଧି ହୁଏ ଯାତ ।

ତୁମ୍ଭେ ବୋଲିବ ନ ଜାଣି ମୁଁ ଅବା ।

ଏଥକୁ ସଂଶୟେ ଫେଡ଼ି କରିବା ।

ପୃଥି ଆପ ତେଜ ଆକାଶ ବାଇ ।

ଯେଉଁ ଥାନରୁ ଯେ ଉଦୟ ହୋଇ

ନାଟିକା କଥା ଯେଉଁ କଥା ହେଜ ।

ପୃଥିରେ ବ୍ୟାଧି ସେ ବିଚାରି ବୁଝ ।

ମୁତ୍ର ଧରିଣ ଯେ ତଇଳ ଦେଇ ।

ଆବର ମହିମା ଅଟଇ ସେହି

ନେତ୍ର ପାତ ଯାହା କହିଲେ ତିଳେ ।

ତେଜର କଥା ଯେ ବୁଝିବା ପଳେ ।

ବଚନ ମାର୍ଗେ ଯେଉଁ କଥା କହେ ।

ବାୟୁର ଏ ଗୁଣ ପ୍ରକାଶ ହୋଏ ।

ଯେବଣ ଦ୍ରବ୍ୟକୁ କରଇ ଆଶା ।

ଆକାଶ ଭୁତର ଏମନ୍ତ ଭାଷା ।

ପଞ୍ଚ ପ୍ରକାରେ ଯେ ଯାଣଇ ଗୁଣ ।

ତାହାକୁ ଲେଖିବା ବିଷ୍ଣୁ ସଙ୍ଗେଣ

ବ୍ୟାଧି ଭଲ ମନ୍ଦ ଜାଣଇ ସେହୁ ।

ବଦ୍ୟ ନାରାୟଣ ଅଟଇ ସେହୁ ।

ଶ୍ରୀ ଜଗନ୍ନାଥଙ୍କ ଛାମୁରେ କହି ।

ବିଚାରି ମଳୁକୁ ଓଷଧ ଦେଇ ।

ଏଥି ଯେଉଁ ମଳୁ ହୋଇବ ନାଶ ।

ବଦ୍ୟକୁ ଆଉ ନ ହୋଇ ଦୋଷ ।

ମନେ ନ ଧରିବ ମୋହର ଦୋଷ ।

ପଣ୍ଡିତ ଜନେ ନ ଧରିବା ରୋଷ ।

ପ୍ରାଣି ବ୍ୟାଧିରୁ ତରିବା ପାଇଁ ।

ଧର୍ମ ପଛ ଘେନି ଅଛି ମୁଁ ବହି ।

ସଂସାରେ କେହି ଚିର ନୋହେ କିନା ।

ପାପ ପୁଣ୍ୟ ଘେନି ବଣିଜ ସିନା ।

ଯାହା ଅରଜିବ ତାହା ଭୁଞ୍ଜିବ ସେହି ।

କାହାରି ସଙ୍ଗତେ ନ ଯିବ କେହି ।

ଅର୍ଥ ପଦାର୍ଥକୁ ମନେ ନ କର ।

ପ୍ରାଣୀକି ଏକା ଉପକାର କରେ ।

ନାନା ବ୍ୟାଧି ଘେନି ଏ ଦେହ ଗୋଟା ।

ଜୀବନ ଯେସନ ପାଣି ଫୋଟକା ।(୧)

(୧) ଖ ପୋଥିରେ - ପାଣିର ଫୋଟା

ମାନବ ଜନ୍ମ ଯେ ହୋଇଲି ମୁହିଁ ।

କ୍ରିତି ଥାଉ ଏକା ସଂସାରେ ରହି ।

ଅନୁଭବ ଥିବ ଯେବଣ ଲୋକ ।

ଏ ସାସ୍ର ପଢ଼ିଲେ ହୁଏ ବିବେକ ।

ସଂସାରେ ଯେତେ କବିମାନେ ଥିଲେ ।

ବଦ୍ୟ ସାହାସ୍ର କେହି ନ କହିଲେ ।

ପ୍ରାଣୀମାନଙ୍କର ଉପକାର ଯାହା ।

କେହୁଣି କବି ତ ନ କଲେ ତାହା ।

ଏ ଦେହ ଘେନି ସବୁ ହୋଏ ସାଧିଏ ।

ଏଥକୁ କଳଙ୍କ ହୋଇଥାଏ ବ୍ୟାଧି (୨)

(୨) ଖ ପୋଥିରେ ଅଧିକ- ବ୍ୟାଧି ପୀଡ଼ା କଲେ ମଣିଷ ମରି ।

ଔଷଧ ଦେଲେ ଧାତିକାରେ ତାରି

ଦେଇଥିଲେ ସିନା ସାଧିବ ଜ୍ଞାନ ।

ୟେଥକୁ କେହି ତ ନ କଲେ ମନ ।

ବାରବରତ ଯେ ଲୋକ ଆଚାର ।

ଦେହ ଥିଲେ ସିନା ସବୁ ବିଚାର ।

ୟେ ଦେହ ଯେବେ ବ୍ୟାଧି ଯୋଗେ ଯିବ ।

କାହାକୁ ଘେନି ସେ ସଂସାରେ ଥିବ ।

ଆଇଷ୍ୱ ପୂରିଲେ ସେ ସହଜେ ଯାଇ ।

ସେ କଥା କାହାରି ଆୟତ ନୋହି ।

ବତା ଭିଡ଼ିଲେ ବାଡ଼ ଯେହ୍ନେ ଆଣ୍ଟ ।

ଦେହ କଥା ହିଁ ସେହିମତି ମୋଟ ।

ଦେହ ଥିଲେ ସବୁ ହୁଅଇ ସାଧି ।

ୟେଥକୁ କଳଙ୍କ ହୋଇଲା ବ୍ୟାଧି ।

ବ୍ୟାଧିକି ଓଷଧ ସେହି ସଂଯାତ ।

ସମୁଦ୍ରେ ଯେସନ ନାବ ଯୋଗତ ।

ସୂର୍ଯେ ଉନ୍ଦେ ହୋଇଲେ ତିମିରି ସତ ।

ବ୍ୟାଧିକି ଓଷଧ ସେହିକି ସଂଯାତ ।

ବିଚାରି କରି ମୁଁ ଯୋଡ଼ିଲି ଯାହା ।

ମୁନିମାନେ ମତେ କହିଲେ ଯାହା ।

ସେ ଘେନି ପରତେ ପାଇଲି ଚିତ ।

ଓଷଧମାନଙ୍କୁ ଯୋଡ଼ିଲି ଗୀତ ।

ପ୍ରାଣୀମାନଙ୍କ ଉପଗାର ପାଇଁ ।

ବଦ୍ୟ ସାହାସ୍ର ଏକେ ଦେଲି କହି ।

ଶ୍ରୀ ଜଗନ୍ନାଥଙ୍କ ପଦ୍ମ ଚରଣ ।

ଶିଶୁମତି କୃଷ୍ଣଦାସ ଶରଣ ।

 

ଆହେ ସୁଧିଜନମାନେ ଶୁଦ୍ଧ ଅଶୁଦ୍ଧ ପୁରୋଇ ଏ ବଦ୍ୟସାସ୍ର ପଢ଼ିବ ।

ଲେଖନକାର ଦୋଷ ନ ଧରିବ ।

ଯଥା ଦୃଷ୍ଟି ତଥା ଲେଖନ । ଏ ବଦ୍ୟ ସାହାସ୍ର ସଦା ଜୟେ ସମ୍ପୂର୍ଣ୍ଣ ।